
ଲେଖିବାକୁ ଆଜି ମନବଳୁ ନାହିଁ
ହାତ ମୋର ରହି ଯାଏ
ଦିନରାତି ଖାଲି ଲେଖା ଲେଖି କରି
ମନରେ କଷ୍ଟ ସେ ପାଏ ।
ଆହେ ଚୋର ତୁମେ କରୁଅଛ ଚୋରି
ଲାଜ ଟିକେ ଲାଗୁ ନାହିଁ
ଲେଖି ଯଦି ଆସୁ ନାହିଁ ତ ତୁମକୁ
ବିଷ ଟିକେ ମିଳୁ ନାହିଁ ।
କରି ନେଇ ଚୋରି ବୁଲେଇ ବଙ୍କେଇ
ଲେଖ ନାହିଁ ହେ କବିତା
ପର କବିତାରେ ନିଅ ନାହିଁ ମଜା
ହେବନି ଜଗତ ଜିତା ।
ଚୋରିକରି ଥରେ ଧରା ପଡିଗଲେ
ମୁହଁ ତ ହୋଇବ ବଙ୍କା
ଅପମାନ ଶୁଣି ବିଷ ଖାଇବାକୁ
ପାଖରେ ନଥିବ ଟଙ୍କା ।
ଅନାଥାଶ୍ରମ ଛୁଆ ବାପା ଡାକି ଦେଲେ
ମିଳଇ ନାହିଁ ଆନନ୍ଦ
ନିଜେ କଷ୍ଟକରି ପିଲା ଜନ୍ମ କଲେ
ଲଭିବ ସୁଖ ସ୍ବାଚ୍ଛନ୍ଦ ।
କର ନାହିଁ କେହି ସାହିତ୍ୟକୁ ଚୋରି
ହୋଇଯିବ ବରବାଦ
ପିତୃମାତୃ ଶୂନ୍ୟ ହୋଇଯିବ ତୁମେ
ସମସ୍ତେ କହିବେ ଖେଦ ।
ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା,ବାଲେଶ୍ବର, ମୋ -୯୮୫୩୧୪୨୫୧୦
ଆଳଦା, ଖଇରା,ବାଲେଶ୍ବର, ମୋ -୯୮୫୩୧୪୨୫୧୦
0 Comments
You can write now your valuable comments here. Off-topic comments may be removed or deleted without prior notice.