କବିତା - ସୂର୍ଯ୍ୟ ଶୀତ ଭୂମି ମିତ - ଶ୍ରୀମାନ୍ ଆର୍ତ୍ତତ୍ରାଣ ଖୁର୍ଡିଆ

0
ମୋ ଗାଁ ମାଟିକୁ ଶୀତ ଛୁଇଁଲେ
ସୁଷମା ମହୁଆ ଝରେ,
ହୁତାସନ ହୁଏ ଗାଉଁଲି ଭୂମିଟି
ସକାଳ ସୂର୍ଯ୍ୟ ଆଶାରେ.

ଭୂମିରେ ଭୂମିରେ ସୁନାର ଫସଲ
କ୍ଢଷକ ଗାଏ ସଙ୍ଗିତ,
ଅମଳ ବେଳରେ ଭୂମିରେ ପଖାଳ
ଲାଗେ ଆର୍ତ୍ତ ବିଦୁରିତ.

ସବୁଜ ପରିବା ସଜେଇ ହେଇକି
ହସି ଉଠେ ଭୂମି କ୍ଷେତ,
ଗରମ କପଡା ଗରମ ଜିନିଷ
ଅଟଇ ଦେହକୁ ହିତ.

ମାଡିଆସେ କେତେ ପରବ ପର୍ବାଣି
ଆସେ ପୁଣି ଯାନିଯାତ,
କୋଶଳି ମାଟିର ଅପରୂପ ରୂପ
ତନୁ ହୁଏ ବିଛ୍ଛୁରିତ.


ରଚନା : ଶ୍ରୀମାନ୍ ଆର୍ତ୍ତତ୍ରାଣ ଖୁର୍ଡିଆ

ଠିକଣା : ବଙ୍କିଆ, ବୀରମହାରାଜପୁର, ସୋନପୁର,  ଦୂରଭାଷ : ୯୪୩୯୧୪୦୮୧୪

Post a Comment

0Comments
Post a Comment (0)