ସ୍ମୃତି ତୁମେ ପିଲାଦିନ ଧୂଳିଖେଳ
ସ୍ମୃତି ତୁମେ ଆମ୍ବତୋଟ,ସାଙ୍ଗମେଳ ।

ସ୍ମୃତି ତୁମେ ଶ୍ରାବଣର ଭିଜା ରାତି
ସ୍ମୃତି ତୁମେ ବୈଶାଖୀ ଖରା ତାତି।

ସ୍ମୃତି ତୁମେ  ପାଉଁଶ ତଳର ନିଅଁ
ସ୍ମୃତି ତୁମେ ପହିଲି ପୀରତି ଛୁଆଁ ।

ସ୍ମୃତି ତୁମେ ମୋ ପ୍ରିୟତମର ଗାଁ
ସ୍ମୃତି ତୁମେ ଅଭୁଲା ଗୀତର ନାଁ ।
ସ୍ମୃତି ତୁମେ ଶୀତ କାକର ର ବିନ୍ଦୁ
ସ୍ମୃତି ତୁମେ ପୂର୍ଣ୍ଣମୀର ପୂର୍ଣ୍ଣଇନ୍ଦୁ ।

ସ୍ମୃତି ତୁମେ ବସନ୍ତର କୂହୁ ତାନ
ସ୍ମୃତି ତୁମେ ଗୋଧୂଳି ବେଳର ଲଗ୍ନ ।

ସ୍ମୃତି ତୁମେ ମୋ ପ୍ରିୟ ଓଠର ହସ
ସ୍ମୃତି ତୁମେ ବଉଳଫୁଲର ବାସ ।

ସ୍ମୃତି ତୁମେ ମିଲନର ମଧୁରାତି
ସ୍ମୃତି ତୁମେ ବିରହର କାଳ ରାତି ।।

ସରସ୍ବତୀ ପଣ୍ଡା
ମଙ୍ଗଳପୁର, ଯାଜପୁର
ମୋ-7608940823