ଶିଶୁ କବିତା - ନାଆଁଟି ଅଟେ ମୋ'ପାଣି - ନିରାକାର ଚଇନି

0
ଗାଡିଆ ପୋଖରୀ ନଦୀ ନାଳ ସମୁଦର
କୂଅ ନଳକୂଅ ମାଟିତଳେ ମୋର ଘର
ନାଆଁଟି ଅଟେମୋ' ପାଣି
ନୀରୋଗ ରଖେ ମୁଁ ସବୁରି ଦେହକୁ
ପିଇଲେ ଫୁଟେଇ ଛାଣି।
ସାରା ଦୁନିଆରେ ଯାଗା ମୋର ତିନି ଭାଗ
ରାତିଟି ପାହିଲେ ଖୋଜିଥାଅ ମୋତେ ଆଗ
ନାହିଁ ମୋର ରଙ୍ଗ ବାସ
ଜୀବ ଜଗତକୁ ରଖିଛି ବଞ୍ଚେଇ
କରିପାରେ ପୁଣି ନାଶ।
ସୁଆଦଟି ମୋର କେବେ ମିଠା କେବେ ଲୁଣି
ନିଆଁ ଡରି ଯାଏ ନାଆଁଟିକୁ ମୋର ଶୁଣି
ବଇରି ଅଟେମୋ' ଖରା
ଆକାଶ ବୁକୁକୁ ଟାଣିନେଇ ମୋତେ
ଶୁଖା କରି ଦିଏ ଧରା ।
ଅସରା ଦରବ ନୁହଁଇଟି ମୁହିଁ ଜାଣ
ଅକାରଣେ ମୋତେ ସାରିବନି ଦେଲି ରାଣ
କଲେ ଅପବ୍ଯବହାର
ଅକାଳେ ବିନାଶ ହୋଇବ ଜଗତ
ହେଜ ପିଲେ ବାରବାର।


ରଚନା : ନିରାକାର ଚଇନି

ଠିକଣା : କଳିଗାଁ, ହାଟଡିହୀ, କେନ୍ଦୁଝର-୮୩,  ଦୂରଭାଷ : ୮୨୪୯୩୮୭୯୭୩

Post a Comment

0Comments
Post a Comment (0)