କବିତା - ସେ କିଏ - ଶିବ ଚରଣ ମହାପାତ୍ର

0

ଖୋଲା ଆକାଶ ଛାତିରେ
ବତୀଖୁଣ୍ଟକୁ ଆଉଜି ନିର୍ଲିପ୍ତ ଅନ୍ଧକାରେ
ଫିକ୍ କିନା ହସୁଥିଲା ଯିଏ
ଭେଜାଲ୍ ବିହୀନ ହସଟିଏ
ସେ ଅଲାଜୁକି କିଏ..??
ସେ କଣ ତୁମେ ଥିଲ..??

ସାଉଁଟା ଅନ୍ଧାର ଅସଜଡା କବରୀ ଭେଦି
ସାଉଁଳୁଥିଲା ଯା' ନରମ ଆଙ୍ଗୁଳି..
ତାଳୁରୁ ତଳିପା ବାସ୍ନାୟିତ ହେଉଥିଲା
ସିଞ୍ଚା ଅତରର ମହମହ ବାସ୍ନା..
ଖୋଜୁଥିଲା ସେ କାହାକୁ
ଗାଁ ମୁଣ୍ଡ ଏଗଳି ସେଗଳି..
ସେ କଣ ତୁମେ ଥିଲ..??

ରାତି ଝରୁଥିଲା
ବସଷ୍ଟାଣ୍ଡ ସିମେଣ୍ଟ ବେଞ୍ଚ୍ ଉଲଗ୍ନ ଦେହରେ..
କେଟିଲ୍,ଚା,ଚା' ବାଲା ,
ବସ୍ ଅପେକ୍ଷାରେ ଥିବା ସମସ୍ତ ଯାତ୍ରୀ
ସବୁ ଟକମକ ଫୁଟୁଥିଲେ
ନିଜ ନିଜ ତାତିରେ
ଚା' କେଟିଲ୍ ରୁଦ୍ଧ ଦ୍ୱାର ଭିତରେ..
ଯେ ହାତଧରି ଟାଣିନେଉଥିଲା ମୋତେ
ଜହ୍ନବୁଡା ବେଳରେ..
ଜହ୍ନ ସେପାରିକୁ ଆଉ ଏକ ଜହ୍ନ ପାଖକୁ..
ସେ କଣ ତୁମେ ଥିଲ..??

ତାରା ଫୁଲ ହେଇ ନିଆଁ ଜଳୁଥିଲା..
ସତ କିନ୍ତୁ
ଜାଳୁଥିଲା ବେଶି ବେଶି ଆଖି ନଜରରେ..
ସେ ଅନ୍ଧାର ରାତି ପିସପିସ୍ କହୁଥିଲା
ସେ କେବେ ତୁମେ ନୁହେଁ..
ତେବେ ସେ କିଏ..??

ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର

Post a Comment

0Comments
Post a Comment (0)