କର୍ତ୍ତବ୍ୟ ଯାହାର ଜୀବନରେ ବଡ
ଫେସନ ଅଟେ ବଇରି
ପରିବାର ଗଢେ
ଜୀବନକୁ ଢାଳି
ପ୍ରେମର ପସରା ଧରି
ସଂସ୍କୃତିକୁ ଯିଏ ଭୁଲିନାହିଁ କେବେ
ଯାହା ପିନ୍ଧୁ ସିଏ ଯେଉଁଠି ଯେମିତି
ସମ୍ଭ୍ରମତାରେ ଭରି
ହେଲେ ଭୂଲେନାହିଁ କେବେ ଶାଢୀ
ମୋ ଭାବନାରେ
ସିଏ ହିଁ ପ୍ରକୃତ ଅଲଟ୍ରା ମଡର୍ଣ୍ଣ ନାରୀ।

ଯାବତୀୟ ଘରକରଣା ଜାଣି ବି
କରେ ପୁଣି ଚାକିରି
ସଭାସମିତି ରେ ପଛୁଆ ବି ନୁହେଁ
ସେଥିରେ ବି ଆଗଭରି
ଗୁରୁ ଗୁରୁଜନେ ସମ୍ମାନ ଜ୍ଞାନ
ଲଘୁଜନେ ପୁଣି ଶ୍ରଦ୍ଧାର ଧନ
ଅବିରତ ଯାର ହୃଦୟରେ ପଡ଼େ
ପ୍ରିତୀ ମନ୍ଦାକିନୀ ଝରି
ମୋ ଭାବନରେ
ସିଏ ହିଁ ପ୍ରକୃତ ଅଲଟ୍ରା ମଡର୍ଣ୍ଣ ନାରୀ।

ସିଏ ହିଁ ଜନନୀ ସିଏ ହିଁ ଧାତ୍ରୀ
ସିଏ ହିଁ ସ୍ରୁଷ୍ଟି କାରିଣୀ
ଧ୍ବଂସ ବିଭିଷିକା ରଚେନାହିଁ ଯିଏ
ସୃଷ୍ଟିର ସହଚରୀ
ନିରକ୍ଷର ନୁହେଁ ସାକ୍ଷର ଲକ୍ଷ
ଭବିଷ୍ୟତ ଗଢ଼େ
ସଂସ୍କାର ଆୟୁଧ କରି
ମୋ ଭାବନାରେ
ସିଏ ହିଁ ପ୍ରକୃତ ଅଲଟ୍ରା ମଡର୍ଣ୍ଣ ନାରୀ।

ଘରକୋଣେ ସିଏ ବନ୍ଦୀ ନୁହଁଇ
ଓଢଣା ମହତ ଯେ ବୁଝି ପାରଇ
ଶାଳୀନତା ଯାର ସୁନ୍ଦରତା ଶିରି
ପୁରୁଷ ସହିତ ପ୍ରତିଦ୍ୱନ୍ଦୀ ନୁହେଁ
ସହକର୍ମିଣୀ ସେ ସହଯାତ୍ରିଣୀ
ନାରୀ ଧର୍ମ ତାର ମହାନ ବିଚାରି
ନିଜ କର୍ମ ପଥେ ଯାଏ ଅଗ୍ରସରି
ମୋ ଭାବନାରେ
ଏଇ ଦୁନିଆରେ
ସିଏ ପ୍ରକୃତ ଅଲଟ୍ରା ମଡର୍ଣ୍ଣ ନାରୀ ।

Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ )
ଓରାଳି, ହାଟଡିହି, କେନ୍ଦୁଝର ।।
Content Category:
Submission Date: Nov 14, 2019