ଇତିହାସ ଏବେ / ଆମରି ଐତିହ / କର୍ପୁର ଯାଇଛି ଉଡ଼ି
କନା ଖଣ୍ଡକକୁ / ଜାବୁଡ଼ି ଧରିଛି / ଇତିହାସ ବହି ପଢ଼ି ।।

ମିଛେଖାଲି "ଗର୍ବ- / କରୁଛି; ଏମିତି / ଥିଲେମୋର ପୂର୍ବ ସୁରୀ
ବାହାଦୁରୀ ଖାଲି / ସଗଡ,ଲଙ୍ଗଳ / ସବୁ ଯାଏ ଅପସରି ।।

ଅନୁକରଣ ତ / କରି ନାହିଁ ଦିନେ / କରିନି ଅନୁସରଣ
ବିଗିଡି ଗଲାଣି / ଜାତୀୟ ସଂସ୍କୃତି / ଜାତିଗତ ମନପ୍ରାଣ ।।

ଖାଲିରେ ଡିଣ୍ଡିମ / ପିଟି କହେ କରେ / ଐତିହ ସଂସ୍କରଣ
ଭାଙ୍ଗିରୁଜି ଦେଇ / ଏକାଠି କରୁଛି / ହେବ ଜାତି ଜାଗରଣ ।।

ସଂସ୍କରଣ ନାମେ / ହନନ କରୁଛି / ଜାତୀୟ ଐତିହଯେତେ
ବିଦେଶେ ଚାଲାଣ / କରେ ଏଠୁନେଇ / ଗଢିନାହିଁ କିଛି ଗୋଟେ ।।

ଯାହାଥିଲା ଆମ / ଜାତୀୟ ଐତିହ / ଏବେ ସବୁ ଧ୍ଵଂସ ସ୍ତୁପ
ତଥାପି ଏ ଜାତି / ଇତିହାସ ମୋର / ମନରେ ଭରଇ ଗର୍ବ ।।

ଗଙ୍ଗାଠାରୁ "ଗୋଦା- / ବରୀ; ଏ ଜାତିର / ଶାସକ କରିଛି ଜୟ
ଏ ଜାତି ଆଗରେ / ଚଣ୍ଡାଶୋକ ଦିନେ / ବରିଥିଲା ପରାଜୟ ।।

ଏବେବି ଶାନ୍ତି ର / ଜୈତ୍ରୀ ଉଡଇ / ଏହିମୋ ଜାତି ଐତିହ
କୋଣାରକ ଦିଏ / ଓଡ଼ିଆ ଶିଳ୍ପୀଙ୍କ / ଶିଳ୍ପ ର ପରିଚୟ ।।

ଏବେ ବାରବାଟି / ଦୁର୍ଗ କହୁଛି / ପାଇକ ପୁଅର କଥା
କୁଶପଲା ଏବେ / ଜାବୋଡି ଧରିଛି / v ଶୁକଦେଇ ଗାଥା ।।

ଅଶେଷ ଆମର / ଐତିହ ଗରିମା / କହିଲେ ନହେବ ଶେଷ
ଆସରେ ଆସରେ / ବଞ୍ଚାଇ ରଖିବା / ଅଛି ଯାହା ଅବଶେଷ ।।


ରଚନା : କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଠିକଣା : ମଙ୍ଗଳାଯୋଡି, ଖୋର୍ଦ୍ଧା ଦୂରଭାଷ :