ଆସଲୋ ବଉଳ ଆସଲୋ ମକର
ଆଜ ମୋର ପ୍ରିୟ ଖୋଜା,
ମନରେ ଉତ୍ସନ୍ନ ପ୍ରଫୁଲ୍ଲ ବଦନ
ଦେଖା ହେବେ କେଉଁ ରାଜା ?
କେଉଁ ରାଇଜର ମଉଡ଼ମଣି ଲୋ
କିପରି ଉଡ଼ାନ୍ତି ଧ୍ବଜା,
ଦୁଃଖୀ ରଙ୍କି ଦେଖି ସେବା ଦିଅନ୍ତି କି
ପ୍ରେମେ ପାଳନ୍ତି କି ପ୍ରଜା ।

ସ୍ବର୍ଣ୍ଣର ମୁକୁଟ ବୀର ଶିରୋମଣି
ଅବା କି ସ୍ବର୍ଗର ରାଜା !
ପ୍ରିୟ କିବା ମୋର ଘୋଡ଼ା ଚଢ଼ି ଆସେ
ଆଲଟ, ଚାମରେ ସଜା !
ସୈନ୍ୟ ସାମନ୍ତ କି ଥିବେ ଚତୃପାର୍ଶ୍ବେ
ଥିବ କି ମନ୍ତ୍ରୀ ବିଦ୍ବାନ,
କାହାଳୀ ବାଜୁ କି ଶୁଭୁ ଶଙ୍ଖ ଧ୍ବନି
ମୋ ପ୍ରିୟ ରାଜା ନିଦାନ ।

ଚାହିଁଛି ଦୂରରୁ ପାଇଛି ହୃଦୟେ
ବିଶାଳ ତା' ସମାବେଶ,
ଲାଜ ଲାଜ ଲାଗେ ଲାଜୁଆ ଓଠକୁ
କରିବି ଆଜ ପ୍ରକାଶ ।
କହନା କହନା ତାଙ୍କରି କଥାଲୋ
କଥାକେ' ଝୁଲେ ଭ୍ରୂଲତା,
ଚାଲି ଦେଖି ତାଙ୍କ' ଝୁଣ୍ଟ ପଡ଼ିଲି ମୁଁ
ଲାଜେ ନଇଁଗଲା ମଥା ।

ଆଖି ଠାର ଦିଏ ନୀଳନୟନେ ସେ'
ଶୀତେଇ ଗଲା ମୋ' ତନୁ,
କପାଳ ନଚାଇ ମୋତେ ନଚାଇଲେ
ଦାସୀ ହେଇଛି ସେ ଦିନୁ ।
ଅଧର ତାଙ୍କର ଚୁମ୍ବିବାକୁ ମୋ'ର
ତନ ମନ ଖୋଜୁଥାଇ ,
ଯହିଁ ଦେଖୁ ତହିଁ ବିଶାଳ ପ୍ରତିମା
ତଥାପି କାହିଁ ହେଜଇ ।


ରଚନା : ଭଜରାମ ସେଠୀ

ଠିକଣା : ନିରାଳ,ଆସିକା ଗଂଜାମ ଦୂରଭାଷ : 9566876504