ପୂର୍ବଜନ୍ମ ର / ସୁକୃତ ବଳରେ
ଏ ଧରାପୃଷ୍ଠେ
ନରର ଉତ୍ପତ୍ତି / ଜନନୀ ଜଠରେ
ହୁଅଇ ନିତ୍ୟେ ।।
ଅମୃତ ସନ୍ତାନ / ନରଜନ୍ମ ଧନ୍ୟ
ତାହାର "ସୃଷ୍ଟି-
କରତା; ଈଶ୍ଵର / ସଂସାର ମଙ୍ଗଳ
କାମନା ଇଚ୍ଛି ।।
ସତ୍ କରମେ ନର / ଆନନ୍ଦ ଲଭଇ
ବିରାଜେ ଶାନ୍ତି
ନୀଚକର୍ମେ "ମନ୍ଦ- / ଗତି: ଭୋଗ ହୁଏ
ବୁଡଇ କ୍ଷାତି ।।
ନିଜ କର୍ମେ ନର / ହୁଏ ନାରଖାର
ବୃତ୍ତି ବଦଳେ
କର୍ମ ଦୋଷରୁ / ଦୁଃଖ ଆସେ ମାଡି
ଗରୀବି ଘୋଟେ ।।
ଗରୀବ ହୋଇବା / ନୁହଁଇ ପ୍ରାରବ୍ଧ
ନିଜକୁ ନିଜେ
କରମ ଦୋଷରୁ / ଗରୀବ ହୁଅଇ
ଦୁଃର୍ଦ୍ଦଶା ଭୋଗେ ।।
ଅଳଶୁଆ ପଣ / ହୀନମନ୍ୟତା
ଜୀବନେ ଦୁଃଖ
ଡାକଇ ଅକାଳେ / ଗରୀବି ,ସୁଖତା
ନମାଡେ ପାଖ ।।
ଗରୀବି ସଜାଏ / ଭିକାରୀ; ମଣିଷ
ହୁଏ ନିସଙ୍ଗ
ନିଜ ଲୋକ ବେଳ / ପଡିଲେ ଦେଖାଏ
ତାତ୍ସଲ୍ୟ ଭାବ ।।
ଗରୀବି ଗୋଟାଏ / ଶକ୍ତ ଅଭିଶାପ
ଜୀବନ ଜୁଇ
ଜଳେ; ସମଦଶା / ବଞ୍ଚିବା ମରିବା
ଜୀବନ ପାଇଁ ।।


ରଚନା : କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଠିକଣା : ମଙ୍ଗଳାଯୋଡି, ଖୋର୍ଦ୍ଧା ଦୂରଭାଷ :