ପ୍ରତାରଣା ପାଇଁ
ନୂଆ ଇତିହାସ ଭୂଗୋଳ ବଦଳି ଯାଏ
ବାଡବାଗ୍ନି ସମ
ମନୋଜ୍ଞ ନୀଳୟ ସେତ ଜାଳି ପୋଡ଼ି ଦିଏ
କେତେ ରାଜବଂଶ
ମାଟିରେ ମିଶିଛି ପ୍ରତାରଣା ର ଶିକାରେ
ପରାଧିନ ତା'ର
ଦୁଃଖ ବଳୟେ ବଞ୍ଚିବା ଦୁଃସହ ହୁଏ ।।

ପ୍ରତାରଣା ପାଇଁ
ବିଶ୍ଵ ସଂଗ୍ରାମ ସେ ପ୍ରିତୀ ର ପିରାମିଡ୍
ଅମାପ ସୁଖର
ସଂସାର ରଜ୍ଜୁ ଟା ହଠାତ୍ ପଡଇ ଛିଡି
ପ୍ରତାରକ ପ୍ରତା-
ରଣା ଯୁପତଳେ ନିରାପରାଧୀ ର ବଳି
ପ୍ରପଞ୍ଚ, ବଞ୍ଚକ
ଅନ୍ତରାଳେ ଥାଇ ତାତ୍ସଲ୍ୟେ ମାରଇ ତାଳି ।।

ପ୍ରତାରିତ ହୋଇ
ପତନାଭିମୁଖି କୁଶାଣ‌‌ ମୈ।ର୍ଯ୍ୟ ସାମ୍ରାଜ୍ୟ
ପ୍ରତାରିତ କର୍ଣ୍ଣ
କବଚ କୁଣ୍ଡଳ ଦାନେ ରଖିବାକୁ ଓଜ
ସହିଦ୍ ହୋଇଲେ
ରାଣୀ ଲକ୍ଷ୍ମୀ ବାଇ ପ୍ରତାରକ ଭାଙ୍ଗେ ଧୈର୍ଯ୍ୟ
ଫାଶୀ ଖୁଣ୍ଟେ ଝୁଲେ
ଭଗତ ସିଂହ ସହିଦ୍ ତରୁଣ ସୂର୍ଯ୍ୟ ।।

ପ୍ରତାରିତ କରେ
ଛତିଶଗଡ ଟା ମହାନଦୀ ଜଳ ବାନ୍ଧି
ପୋଲାଭରମ ରେ
ଆନ୍ଧ୍ର ପ୍ରତାରଣା ଓଡ଼ିଶା ର ଜଳ ରୋଧି
ରାଜନୀତି ରେ ତ
ପ୍ରତାରଣା ନିତି କେତେ କେତେ ଅଭିସନ୍ଧି
ପ୍ରତାରକ ଗୋଟେ
"ବିଷକୁମ୍ଭ ପୟୋଂ- ମୁଖ" କୃର ନାହିଁ ନୀତି ।।

ପ୍ରତାରଣା ଜାଲ
ବିଛାଇ ସ୍ଵାର୍ଥାନ୍ଧ ମୃତ୍ୟୁ ର ଖେଳ ଖେଳେ
ନିରିହ ଯୁକବ
ଯୁବତୀ ମାନଙ୍କୁ ବାନ୍ଧେ ପ୍ରତାରଣା ଜାଲେ
ଅକାଳେ ଜୀବନ
ଜଳଇ ଚିତା ରେ ନିରୀହ ହୁଅଇ ଢାଲ
ପ୍ରତାରକ "ପ୍ରତା-
ରିତ" ପ୍ରତାରଣା ସମାଜ ଗଠନେ କାଳ ।।


ରଚନା : କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଠିକଣା : ମଙ୍ଗଳାଯୋଡି, ଖୋର୍ଦ୍ଧା,  ଦୂରଭାଷ :