ସତ୍ କଥା ପଦେ କହୁଛେଁ ଦୀପ୍ ଲୋ
      ତୁଇଁ ତ କେଡେ ମହାନ୍
ଅନ୍ଧାର୍ ହଁଟେଇ  ଉକିଆ କରସୁ
        ମୁନୁଷ୍ ପାଏସି ଜ୍ଞାନ...॥

ଶୁଭର୍ କବାରେ ତତେ ଖୁଜା ନୁରା
       ପହଲା ପଡସୁ ଡକା
ଦେବୀ ଦେବତାର୍ ଆଗାଡେଁ ଜଲସୁ
       ଇଟା ଶହେ ଗୁନା ପକ୍କା..॥

ବୀରମାନେ ଯେଭେଁ ଲଢେଇକେ ଗଲେଁ 
       ପିନ୍ଧାସୁ ଜିତାନି ଟୀକା
ଯେତେ ପୂଜା ଧଜା ଶୁଭର୍ କବାର୍
    ସବୁ ଯାକ ତୋର୍ ଠିକା..॥

ନାଇଁ ଥାଏ ତୋର୍ କିଛି ଅଭିଯୋଗ
       ଜଲୁଥିସୁ ଲହ ଲହ
ଛୋଟ୍ ହେଲେଁ ଘଲେ ରୋଟ୍ କାମ୍ କରି
        ହଉଥିସୁ ଗହ ଗହ..॥

ତୁଇଁ ତ ଅନ୍ଧାରେଁ ଅନ୍ଧର୍ ଲଉଡି
    ସତେଁ କେଡେ ଭାଗ୍ୟବାନ୍
କିହେ ନାଇଁ ରହେ ଦେବତାର୍ ଆଗେଁ
     ପହେଲା ପାଏସୁ ଠାନ୍..॥

ଆପେଁ ଜଲି ଜଲି ଉକିଆ କରୁଛୁ
    ଆୟୁ ତେଲ୍ ତୋର୍ ବଲ୍
କାହାର୍ ଭାଏଗେଁ ମିଲସି ଏନତା
      ମହତ୍ କରମ୍ ଫଲ୍...॥

କେଡେ ବଡ ପୁଇନ୍ କରିଥିଲୁ ତୁଇଁ
       ପାଏଲୁ ଦୀପ ଜନମ୍
ମୁଇଁ ହିନିମାନୀ ମରେଁ ତତେ ଭାଲି
     ମୋର୍ ତ ଫଟା କରମ୍...॥

ଜୀବନର୍ ଦୀପ୍ ଜଲୁଥlଉ ତେହିଁ
    ଥିବା ଯାକେ ଆୟୁ ତେଲ୍
ତେଲ୍ ସରିଗଲେଁ ଗେଲ୍ ସରି ଯିବା
    ସରବା ସଂସାର୍ ଖେଲ୍...॥

କୁମୁଦିନୀ ବେହେରା, ଅନୁଗୋଳ