
( ୧)
"ସଂବାଳୁଆ ଆଜି ସାଜିଅଛି ନର
ଦେହେ ଭରି ଅଛି ଖୁଞ୍ଚ,
ପ୍ରଜାପତି ସ୍ବପ୍ନ ଦେଖିବି କେମନ୍ତେ
ମଧୁ ହିନ ପୁଷ୍ପ କୁଞ୍ଜ "
(୨)
"ଈଶ୍ବର ମରତେ ସୃଷ୍ଟିର କରତା
ଜୀବନେ ତାଙ୍କରି କୋଳେ,
ହସ୍ତ ଯୋଡି ଦେଇ ପ୍ରଣାମ କରିବା
ପରାଣ ନଈର କୂଳେ "
( ୩)
"ମରିବାକୁ ଯିଏ ଭଲ ପାଏ ବନ୍ଧୁ
ମରଣକୁ କାହିଁ ଡରିବ ?,
ଜୀବନେ ଏମିତି କରିଯାଅ କର୍ମ
ମୃତ୍ୟୁ ବି ପ୍ରଣାମ କରିବ " ।"
(୪)
"ଜାଣିଗଲି ଏବେ ତୁମର ଗାରିମା
ଶୁଦ୍ଧ ଗୁଣ କୀର୍ତ୍ତି ମାନ,
କେଡ଼େ ଟାଣ ତୁମେ କର ମହାଶୟ
ଖଳାମୁଣ୍ଡେ ଦୃଶ୍ୟମାନ
(୫)
"କାହିଁକି କାହାକୁ ଦୋଷ ଦିଏ ନର
ନିଜେତ ନିଜର ଦୋଷୀ,
ଅମୂଲ୍ୟ ସମ୍ପଦ ତ୍ଯାଗୀ ହୋଇ ଆଜ
ନରକେ ଗଲେଣି ପଶି"
