କବିତା - ମୁଁ ଭୟକରେ - ଶିବ ଚରଣ ମହାପାତ୍ର

0

ମୁଁ  ଭୟକରେ..
ଅନ୍ଧାର ରାତିରେ
ବେବିନା ନିର୍ଭୟାର ବୁକୁଫଟା ଚିତ୍କାର..
ଭୋକିଲା ପେଟରେ
ମହଣେ ମନ ନିଆଁର ତତଲା ଅଭିସାର..
ସୂର୍ପଣେଖା କାମନା ଯଜ୍ଞରେ
ଅଗ୍ନି ପରୀକ୍ଷା ଆହୁତି ସତୀ ସୀତାର..
ମୁଁ ଭୟକରେ..

ମୁଁ ଭୟକରେ..
ପାପର ପିରାମିଡ ଗର୍ଭରେ
ପୂଣ୍ୟର ମୁଦ୍ରିତ କବର..
ମିଥ୍ୟା ପ୍ରତିଶ୍ରୁତି ଶୁଖିଲା ଶାଖାରେ
ସ୍ୱପ୍ନର ଚିରହରିତ୍ ନଅର..
ମଧୂର ଛଳନା ଅମୃତ ଧାରିଣୀ
ମୋହିନୀ ରୂପ ଶୃଙ୍ଗାର..
ମୁଁ ଭୟକରେ..

ମୁଁ ଭୟକରେ..
କଳଙ୍କିତ ଅଧ୍ୟାୟେ ରଚିତ
ରାଜ୍ୟଭିଷେକ ଅଶୋକର..
ଅଧର୍ମ ଅନ୍ୟାୟେ ଗଢା
ସେତୁବନ୍ଧ ସମ୍ପର୍କର..
ନିନ୍ଦା-ପ୍ରଶଂସା ମିଶାଇଲ୍ ରେ
ଭାଙ୍ଗିବାକୁ ହୃଦୟ ସହର..
ମୁଁ ଭୟକରେ..

ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର

Post a Comment

0Comments
Post a Comment (0)