ମାସ ସାରା ହରିବୋଲ
ଫଞ୍ଚକେ ପାଷ୍ଟିକ୍ ଶୋଲ
ଛାଡଖାଇ ଝଡ ଭାଙ୍ଗେ ବନ୍ଧବାଡ
ଜୀବ ହତ୍ୟା ପାଇଁ ଭଲ ।
ଅରୁଆ ଡାଲମା ଭାତ
ବୁଢା ବୁଢୀଙ୍କର ସର୍ତ୍ତ
ପୁରି ଜଗନ୍ନାଥ ବୁଲାଇ ନନେଲେ
ହବନି ଏଥର ବ୍ରତ ।
ପଞ୍ଚକରେ ପାଞ୍ଚ ଦିନ
ଅବୁଝା ଟୋକାଙ୍କ ମନ
ଦେଢ ଦିନ ପାଳେ ଧଳା ବଗୁଲିଟା
ଛୁଏନି ଜମାରୁ ମୀନ ।
ବୋଲ ମାନୁନାହିଁ ଦର
ପିଆଜ ଦେଖିଲେ ଡର
କୁକୁଡା କହୁଛି ଛେଳି ଭାଇ ଶୁଣ
ଏଇ ଖାଲି ଆମର ।
ପୂର୍ବ ଐତିହ୍ୟ ମଜା
ଏବେ ଖାଲି ସଜା, ସଜା
ଘର ଦ୍ବାର ଛାଡି ଦାଦନ ଜାଉଛି
ଆଗକାଳର ରଜା ।


ରଚନା : ରାଜେଶ କୁମାର ବାରିକ

ଠିକଣା : ଦେବେନ୍ଦ୍ର ପୁର, ଅଭଣା, ବାଲେଶ୍ବର ଦୂରଭାଷ : 9998622336