
ଜୀବ ଛାଡି ଯିବ ହେ କଳା ସାଆନ୍ତ
ଦିନ ଗଡି ହେଲା ରାତି
ସମୟ ଆସିଲା ଯିବି ମୁଁ ବାହୁଡି
ଜୀବନ ହୋଇଲା ଇତି(୦)
ମୋ ଯୁବା ବୟସେ ହେଲି ଉପଦ୍ରବ
ନମାନିଲି କିଛି ଧର୍ମ
ମୋ ଆତ୍ମ ବଡିମା ମତେ କଲା ବାଈ
କଲି କେତେ ଅପକର୍ମ
ଅନ୍ତଃ କାଳ ଆସି ଠିଆ ହୋଇଅଛି
ଦୂରାଇଲେ ସବୁ ସାଥୀ(୧)
ଏ ଜୀବ ଦ୍ଦଶାରେ ଦେଲି ବହୁ କଷ୍ଟ
ଅଭିଶାପ ଦେଲେ ଲୋକ
ଖୁସି ହୋଇଯିବେ ମୋ ମରଣ ହେଲେ
ନକରିବେ କେହି ଶୋକ
ମାୟା ନଗରୀରେ ବୁଲିଲି କିମ୍ପାଇଁ
ଧିକ ଥିଲା ମୋର ମତି(୨)
ଦୁଇଦିନ ଅଟେ ମାନବ ଜୀବନ
ଜାଣିପାରିଲିନି ମୁହିଁ
ଟିକିଏ ସାହାଯ୍ୟ କାହାକୁ କରିନି
ସାକ୍ଷୀ ସେ ଜଗତସାଇଁ
ମୁକ୍ତି ଦିଅ ମତେ ମାଗେ ହାତ ଯୋଡି
ଆହେ ପ୍ରଭୁ ବିଶ୍ବ ମୂର୍ତ୍ତି (୩)
ମାନସ ରଞ୍ଜନ ପଟ୍ଟନାୟକ
ସଂପାଦକ - ମାଟିର ମହକ, ସାକ୍ଷୀଗୋପାଳ,ପୁରୀ
