ଅଦ୍ବିତୀୟ ଅଧୀଶ୍ବର ହେ ଅଖିଳପତି
ଅର୍ନ୍ତଯ୍ୟାମୀ ଅଣାକାର ଅଗତିର ଗତି
ଅମୁତମୟ ଜଗତେ ତୁମେ ଅଧିଷ୍ଠିତ
ଅଶରଣ ର ଶରଣ ଅନାଥର ନାଥ
ଅଲୌକିକ ଲୀଳା ତବ ଅଟଇ ଅବ୍ୟକ୍ତ
ଅବର୍ଣ୍ଣନ ସଦା ତୁମେ ନୁହେଁ ଅଭିହିତ
ଅବିଶ୍ରାନ୍ତ ଗତି ତବ ପ୍ରଭୂ ଅନୀଳରେ
ଅନଳରେ ଅଂଶୁମାନ ସୁଶୀତଳ ଅକଳ୍ପରେ
ଅମ୍ବୁଧିତୀରେ ଅନନ୍ୟ ଲୀଳା ଅମ୍ବରୀଷ
ଅପ୍ରତିମ ଅପ୍ରାକୁତ ଅଟଇ ଅଶେଷ
ଅବଲୀଳା କ୍ରମେ ପ୍ରଭୂ ଅଭିନବ କାନ୍ତି
ଅଭ୍ରଚୁମ୍ବେ ଅବିରାମ ତୁମ ବୈଜୟନ୍ତି
ଅଭିମତେ ସ୍ବୟଂ ପ୍ରଭୂ ଅଛ ଅବତରୀ
ଅଗ୍ରଜନ୍ମା ସାଥେ ଭଗ୍ନୀ ଅନୁଜା କୁ ଧରି
ଅକଳ୍ପବଟ ମୂଳରେ ଅବାରିତ ଲୀଳା
ଅଭିନ୍ନ କ୍ଷେତ୍ରରେ ଅଭେଦ ଅଧିଲୋକେ ଖେଳା
ଅପାଙ୍ଗ ଚାହାଁଣୀ ତୁମ ସଦା ଅପଲକ
ଅବନୀର ଅକ ଯେତେ ହୁଏ ଅପନୀତ
ଅରୁଣ ଅଧରେ ହସ ଅଖଣ୍ଡ ଅଲିପ୍ତ
ଅତ୍ୟନ୍ତ କାମକମାଣ ଅଟଇ ଅଦ୍ଭୂତ
ଅଗରୁ ଚନ୍ଦନ ଶୋଭା ସତେ ଅନୁପମ
ଅଙ୍ଗେ ଅଙ୍ଗେ ପୀତବାସ ଅଟଇ ଅମ୍ଳାନ
ଅନ୍ତର ର ସାର ସତ୍ତା ଅନ୍ତେ ଅଧିଷ୍ଠିତ
ଅନ୍ତର ଅଞ୍ଜଳୀ ଅଧମାଙ୍ଗେ ଅରପିତ
ଅଶକ୍ତ ଅଜ୍ଞାନୀ ମୁହିଁ ଅତି ଅଶରଣ
ଅକିଞ୍ଚନେ ଅନୁକମ୍ପା ଥାଉ ଅନୁଦିନ
ଅଳୀକ ମୋ ଅଭିନୟ ଅଟଇ ଅନିତ୍ୟ
ଅନିବାର ଅଳି ମୋର ଅଟେ ଅର୍ନ୍ତଗତ
ଅରକ୍ଷ ଅନାଥେ ଅନା ହେ ଅଧୀପୁରୁଷ
ଅନୁନୟ କରେ ମୁହିଁ ଅଦ୍ୟ ଅବୋଶୋଷ ।


ସସ୍ମିତା ପଣ୍ଡା, କଟିକଟା, କଟକ,୯୪୩୮୮୫୬୭୮୪