ଜନମ ଦିନର ଶୁଭଆଶିଷ ,
ଓଠେ ସଦା ତୋର ଉକୁଟୁ ହସ ।

ତୁ ଏକ ଫୁଟନ୍ତା ଗୋଲାପ ଫୁଲ ,
ଆଉ କିଏ ହେବ ତୋ ସମତୁଲ !!

ରୂପ ,ରଙ୍ଗ ଆଉ ବାସରେ ଭରା ,
ଗୃହଲକ୍ଷ୍ମୀ ଭାବେ ପାଇଛୁ ପରା ।

ତୋର ଠାଣି ବାଣୀ ସୁଗୁଣେ ପୁଣି ,
ନେଇଛୁ ସଭିଙ୍କ ମନକୁ କିଣି ।

ଠାକୁରଙ୍କ ପାଦେ ଗୁହାରି କରେ ,
ରଖିଥାଆନ୍ତୁ ସଦା କୁଶଳରେ ।

ଦିଅନ୍ତୁ ଧଇର୍ଯ୍ୟ ,ସାହସ-ବୁଦ୍ଧି ,
ମିଳୁ ତୋତେ ସବୁ କାର୍ଯ୍ୟରେ ସିଦ୍ଧି ।

ଘୁଞ୍ଚିଯାଉ ଦୁଃଖ ଦଇନ ଯେତେ ,
ଗୁରୁଙ୍କ କରୁଣା ଥାଉ ତା' ସାଥେ ।

ମାମୁରିଆ ,ଛେଣ୍ଡିପଦା ,ଅନୁଗୋଳ ।