କବିତା - ଏଇଠି ଗୋଟେ ଲୋକ ଥିଲା - ସନ୍ତୋଷ କୁମାର ମହାନ୍ତି

0
ଏଇଠି ଗୋଟେ ଲୋକ ଥିଲା
ସମସ୍ତଂକ ସେ ପ୍ରିୟ ଥିଲା
ସଭିଁକ ଦୁଃଖ ବୁଝୁଥିଲା
ଅନ୍ୟାୟ ପାଇଁ ଲଢୁଥିଲା
ସୁଖ, ଦୁଃଖରେ ଖୋଜା ହୁଏ
ଅସହାୟର ସାଥି ସିଏ
ନଥିଲା ସିଏ ଏକ ନେତା
ନ୍ୟାୟ ଥିଲା ତାର ଯାତ୍ରା
ଖଟିଖିଆର ସାଥି ଥିଲା
ଅନୀତି ପାଇଁ ରଡୁଥିଲା
ଖୋଲିଲା ଅନେକର ମୁଖା
ଦୋମୁଁହା ହେଲେ ରକ୍ତମୁଖା
ଦିନେ ଗାଁରୁ ସିଏ ହଜିଗଲା
ସଭିଂକୁ ପ୍ରଶ୍ନ ଛାଡିଗଲା
ସିଏ ସିନା ହଜିଗଲା
ଲଢ଼ିବା ଏବେ ବଢିଗଲା ||


ରଚନା : ସନ୍ତୋଷ କୁମାର ମହାନ୍ତି

ଠିକଣା : -ନବଜୀବନ ସମାଜ, ସଫା, କଟକ -୭୫୪୦୨୨ ଦୂରଭାଷ : 9777766346

Post a Comment

0Comments
Post a Comment (0)