ରାଗ ଅଛି ସ୍ନେହ ଅଛି ଆଉ ପ୍ରେମ ବି ,
ଭରସା ଅଛି ବିଶ୍ୱାସ ଅଛି ଆଉ ଅଭିମାନ ବି |
ଜୀଇଁବାର ସ୍ପୃହା ଅଛି,
ପୁଣି କଣ୍ଟକିତ ରାସ୍ତାରେ ଚାଲିବାକୁ
ଏ ମନ କୁଣ୍ଠିତ ହେଉଛି |
ତଥାପି ଚାଲିଛି ଏ ଜୀବନ,
ଚାଲିଛି ଏ ପାଦ,
ସମୟର ତାଳେ ତାଳେ,
ସମୟର ସୁଅରେ,
ସମୟର ଦାସୀ ମୁଁ |
ତା ଇସାରାରେ ଚାଲୁଛି
ଏ ଦେହ ମନ ଆଉ ପ୍ରାଣ ,
ହେଲେ ସବୁବେଳେ ପାରେନି
ଥକି ଯାଏ ମୁଁ...
ବସି ଯାଏ ମୁଁ...
ପୁଣି ହାରୁ ହାରୁ ଦମ୍ଭ ଧରିନିଏ
"ଏଇତ ଜୀବନ"
ପୁଣି ବିଶ୍ୱାସରେ ବନ୍ଧା ଏ ନିଶ୍ୱାସ
ମତେ କେବେ ପରା କରିଚାଲିଯିବ
ଜାଣିନି!!
ତଥାପି ଚାଲୁଛି ମୁଁ,
ଚାଲିଛି ଆଉ ଏମିତି ଚାଲୁଥିବି,
ଆଉ ହଁ , ଏମିତି ଚାଲିଯିବି ଆଉ କିଛି ବାଟ |
"ଏଇତ ଜୀବନ " 

Writer's Details: Ranjita Das , NIT Rourkela , Odisha, India.
Content Category:
Submission Date: Nov 14, 2019