ଶ୍ରୀପୁରୁଷୋତ୍ତମ ନୀଳକନ୍ଦରରେ
ବିଜେ ଆମ ଜଗାକାଳିଆ ।
ବାରମାସେ ତେର ଯାତ ଲଗାଇଛି
ବେଶ କେତେ ଭଳିଭଳିଆ ॥

ଝୁଲି ଝୁଲି ଚାଲି ମଦନମୋହନ
ବୈଶାଖ ଚନ୍ଦନ ଯାତରେ,
ଜ୍ୟେଷ୍ଠେ କରି ସ୍ନାନ ବେଶ ଗଜାନନ
ସୁନାବେଶ ଦେଖ ରଥରେ ।

ଶ୍ରୀଗୁଣ୍ଡିଚା ଯାତ ଆଷାଢ଼ ମାସରେ
ଭକତଙ୍କୁ ଡାକେ ଆ ଆ ଆ ॥

ଶ୍ରାବଣେ ଝୁଲଣ କାଳିୟ ଦଳନ
ରାମ ବଳରାମ ଭାଦ୍ରରେ,
ବାଙ୍କଚୂଡ଼ା ଠିଆ- କିଆ ଆଡ଼କିଆ
କାର୍ତ୍ତିକର ରାଜବେଶରେ ।

ମାଘେ ପଦ୍ମବେଶ ଗଜ ଉଦ୍ଧାରଣ
କି ସୁନ୍ଦର ନୀଳାଚଳିଆ ॥

ବିଜେ ଆମ ଜଗାକାଳିଆ ରେ ॥


ରଚନା : - ଶ୍ରୀ ରଙ୍ଗନାଥ ରଥ

ଠିକଣା : ବଡ଼ଗଡ଼ ବ୍ରିଟ୍, ଭୁବନେଶ୍ୱର,  ଦୂରଭାଷ : 8847848858