ପଞ୍ଚକ
କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ,ମଙ୍ଗଳାଯୋଡି ,ଖୋର୍ଦ୍ଧା .
----------- --- ୬ . ୧୧ . ୨୦୧୯ --- ----------
ଏ; ଧରମ ମାସ / କାର୍ତ୍ତିକେ ହବିଷ / ଶ୍ରେଷ୍ଠ ଶେଷ ପାଞ୍ଚଦିନ
ଭୀଷ୍ମ ପଞ୍ଚକ / ନାମେ ପୂଣ୍ୟ ବ୍ରତ / କହି କରନ୍ତି ପାଳନ ।।

ଆମିଷ ନଭକ୍ଷେ / ତ୍ୟକ୍ତ କରି ଥାଏ / ବକ ଏହିଦିନ ମାନ
ବକପଞ୍ଚକ ର / ଅଭିହିତ ତାର / ହୋଇଛି ନାମକରଣ ।।

ଏହି ପାଞ୍ଚଦିନ / ପାଳନେ‌ ମାସକ / ବ୍ରତର ମହିମା ଫଳ
ମିଳେବୋଲି ଏହା / ଉତ୍ସାହେ ନିଷ୍ଠାରେ / ପାଳିଥାନ୍ତି ନାରୀ ନର ।।

ଏହି ପାଂଚଦିନ / ପାଞ୍ଚ ପ୍ରକାରର / ବିଶେଷ ବେଶେ ଭୂଷିତ
ହୋଇ "ରତ୍ନସିଂହା- / ସନ; ପରେ ଉଭା / ହୋଇଥାନ୍ତି ଜଗନ୍ନାଥ ।।

ବ୍ରତୀ ଏ ବ୍ରତରେ / ନିଷ୍ଠାପ ହୃଦୟେ / ସଂସାର ମଙ୍ଗଳ‌ ପାଇଁ
ସତୀ ବୃନ୍ଦାବତୀ / ମୂଳେ ନିତି ପ୍ରତି / ଦୀପଦାନ କରିଥାଇ ।।

ଆକାଶଦୀପ ଏ / ଦୀପକୁ କହନ୍ତି / ମୋକ୍ଷ ଲଭିବା ଅର୍ଥେ
ପଞ୍ଚକ ବିଧାନ / ଅତିବ ମହାନ / ପଡଇ କାର୍ତ୍ତିକ ମାସେ ।।

ପଞ୍ଚ ମୁରୁଜରେ / ବିଭିନ୍ନ ଚିତ୍ରରେ / ଚିତ୍ରିତ କରନ୍ତି ବସି
କାର୍ତ୍ତିକ ପୁରାଣ / ଅମୀୟ କଥନ / ଶୁଣନ୍ତି ହୋଇଣ ଖୁସି ।।

ଉଦ୍-ଜାପନ ହୁଏ / ରାସ ପୁନେଇଁ ରେ / ପଞ୍ଚକ ହବିଷ ବ୍ରତ
ଧରମ ମାସ ୟେ / ଲକ୍ଷ୍ମୀ ନାରାୟଣ / ପୁଜା ରେ ମିଳଇ ମୋକ୍ଷ ।।









ରଚନା : କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଠିକଣା : ମଙ୍ଗଳାଯୋଡି ,ଖୋର୍ଦ୍ଧା . ଦୂରଭାଷ :