କବିତା - ବିଶେଷ ଦୁଃଖର ବିଷମ ଜ୍ୱାଳା ଏ - ତପନ ଦୀକ୍ଷିତ (ବେଳାଭୂମି)

0
ତାରଣ କରିବୁ ତୋରଣେ ଆସିଛି
ବାରଣ ନକରି ରାଣ
ତିରଣେ ଶରଣ ତୋରଣେ ତୋ ଆଶ
ରଖିବୁ କିଙ୍କର ପ୍ରାଣ,
ତୃଷା ରେ ଆତୁର କଣ୍ଠ ଶୁଖେ ମୋର
ପୟୋକୁମ୍ଭୁ ବାରି ଦାନେ
ତୋଳି କୋଳେ ଢ଼ାଳି ତୃଷା ହର ବାରେ
ଶ୍ରାବଣେ ଯେସନ ଘନେ,
ପୀନ ପୟୋଧରୀ ଝୀନବାସନା ମୋ
ମାନ ତେଜ ମନା କରନା
ବିଶେଷ ଦୁଃଖର ବିଷମ ଜ୍ୱାଳା ଏ
ତିଳ ତିଳ ଦିଏ ଯାତନା,
ଝୁଣି ଝୁଣି ରାଣୀ ପଳ ପଳ ଖାଏ
ବିରହ ର ସେଇ ଶାଗୁଣା
ବସନେ ଘୋଡାଏ ବାସନା କୁ ଯାହା
ନିର୍ଲଜ ଏଇ ଚେତନା।।


ରଚନା : ତପନ ଦୀକ୍ଷିତ(ବେଳାଭୂମି)

ଠିକଣା : ନାସିକେଶ୍ୱର, କାକଟପୁର, ପୁରୀ,  ଦୂରଭାଷ : 9537400744

Post a Comment

0Comments
Post a Comment (0)