ଏତେ ଥଣ୍ଡାରେ ନିଦରୁ ରୁ ଉଠାଇ ଗାଧେଇବା, ଦାନ୍ତ ଘସିବା ଆଉ ନୂଆଁଲୁଗା ପିନ୍ଧି ମନ୍ଦିରକୁ ଯିବା କଣ ଏ ତେ ସହଜ । ନିଦ ଭରା ଆଖିରେ ଶିତୁଆ ସକାଳର କମ୍ବଳ ଭିତରୁ ଥାଇ ମୋବାଇଲ୍ ଚଲାଇବା ଯେଉଁ ମଜା କେଉଁ ଫାଇଭ୍ ଷ୍ଟାର ହୋଟେଲ୍ ବି ଦେବନି, କିନ୍ତୁ କଣ କରିବି ଧର୍ମ ପତ୍ନୀଙ୍କ ଅଜ୍ଞା ଶିରଧାର୍ଯ୍ୟ, ଆଜିକାଲି ଘରେ ଆମର ଚାଲୁଛି କେଉଁଠୁ । କାର୍ତ୍ତିକରେ ଆଇଁସ ମନା , ଏଇ ଦୁଇ ଦିନ ଗଲା କାତ୍ତିକ ପୂର୍ଣ୍ଣିମା ଆଜି ପୁଣି କଣ ? ସେଦିନ ତ ଡଙ୍ଗା ଭସାଇ ମନ୍ଦିର ଜାଇଥିଲି । ଆଜି ଫୁଣି କଣ? ଠାକୁର ଭକ୍ତିନା ନୂଆଁ ଶାଢୀ ପାଇଁ ଏକ ବାହାନା । ବେଡ୍ ଉପରୁ ବ୍ଲାଙ୍କେଟ୍ ଟା ଆଡେଇ ଅଳସ ଭରା କଣ୍ଠରେ ତାପସ କହିଲେ । ମୋ ଦେଇ ଡେଲି ଡେଲି ଏତେ ସକାଳୁ ଉଠି ମନ୍ଦିର ଯିବା ହୋଇ ପାରିବ ନାହିଁ। ତୁମେ ଯାଅ........ମୁଁ ସୋଇଯାଉଛି । ଅପ୍ରସ୍ତୁତ ଭାବେ ଡ୍ରେସିଂ ଟେବୁଲ୍ ପାଖେ ସଜ ହେଉ ହେଉ ପଛକୁ ବୁଲି ପଡିଲା ସ୍ବପ୍ନା । କଟାକ୍ଷି ଆଖିରେ ଦେଖି କହିଲା ଦେଖ !.....ଏସବୁ ଠିକ୍ ହେଉନି ଆଜିର ଭଳି ଦିନରେ ତୁମ ମୁହଁରୁ ଏକଥା ସୋଭା ପାଉନି । ଯାଅ ଜଲ୍ଦି ଯାଅ ଗାଧେଇ କି ରେଡି ହୋଇଯିବ । ଦେଖ..... ତୁମେ ନଉଠିଲେ ମୁଁ ରାଗିଜିବି । ପ୍ଲିଜ୍ ରେଡି ହୁଅନା ।(ଧୀର କଣ୍ଠରେ) ହଉ ଯାଉଛି ବାବା ମୁଁ ଯାଉଛି । କିନ୍ତୁ ଆଜି କାହିଁକି ମନ୍ଦିର ଯିବା କାରଣଟା ତୁମେତ କହିଲନି?? କିଛି ସମୟର ନୀରବତା ପରେ.....ହଉ ଜାଉଛି। ଏବେତ କୁହ ?? ତୁମର ତ ଯେମିତି କିଛି ମନେ ନାହିଁ । ଆଜି ୧୫,ନଭେମ୍ବର ? ମାନେ....ମାନେ.... ଆମ ବିବାହ ବାର୍ଷିକ । ତୁମେ ଗଧଟା ତୁମର କିଛି ମନେ ନାହିଁ । ଯାଅ ଜଲ୍ଦି ରେଡି ହୋଇଯିବ। ମୁଁ ଫୁଲ, ଦୁବ, ବରକୋଳି ପତ୍ର, ଧୂପ, ଚନ୍ଦନ ଆଦି ରେଡି କରୁଛି । ଧଡ ପଡ ହୋଇ ଉଠିପଡିଲେ ତାପସ । ଆରେ ସେହି କଥା ମୋତେ ଆଗରୁ କହୁନ । ମୁଁ ତ ଭାବୁଛି .......ଛାଡ। ବିବାହ ବାର୍ଷିକ ମାନେ ମନ୍ଦିର କାହିଁକି ଚାଲ ହୋଟେଲ୍ ଯିବା । ୧୦ଜଣ ସାଙ୍ଗକୁ ଡାକିବା । ସେଠି କ୍ୟାକ୍ କାଟି ସ୍ୟାଲିବେସନ୍ କରିବା । ବହୁତ ମସ୍ତିହେବ ନା । ମୁଁ ଏବେ...... ସମସ୍ତଙ୍କୁ ଫୋନ୍ କରୁଛି । ସେ ସବୁ କିଛି ଦରକାର ନାହିଁ । ଘରେ ବାପା, ମାଁ ଆଉ ମନ୍ଦାରରେ ଭଗବାନଙ୍କ ଆର୍ଶିୀବାଦ ମିଳିଲେ ଯଥେଷ୍ଟ । ଏମିତି ରେ ଏଇ ବିବାହ ବାର୍ଷିକ ଭାରତୀୟ ପରମ୍ପରା ନୁହେଁ । ସମାଜ ସହ ଚାଲିବାକୁ ହେଲେ ଏବେ ଏସବୁ କରିବାକୁ ପଡୁଛି । କିନ୍ତୁ ଦରକାର ଠାରୁ ଅଧିକା ନୁହେଁ । ଆମ ଦିନ୍ଦୁ ଧର୍ମରେ ଆମେ ଅଗ୍ନିକୁ ସାକ୍ଷି ରଖି ସାତ ଜନ୍ମ ପର୍ଯ୍ୟନ୍ତ ଏକ ହୋଇଛୁ । ପୁଣି ବିବାହ ବାର୍ଷିକ କଣ ?? ତୁମରି ଢୋଲ ତୁମେ ବଜାଇବ । ମୁଁତ ନିମିତ୍ତ ମାତ୍ର । ଫେସବୁକ୍,ଓ୍ବାଟ୍ସଅପ ରେ ପୋଷ୍ଟ କଲେ କିଳା, (ସାଙ୍ଗମାନେ ର୍ପାଟି ମାଗିବେ) ମନ୍ଦିର ନଗଲେ ଲିଳା । ମଣିଷ ଟିକେ ଖୁସିହୋଇ ପାରିବନି ...... ଏମିତି ଗୁଣୁଗୁଣେଇ ଗାଧେଇବାକୁ ଚାଲିଗଲା । ଜୀବନରେ ଏମିତି ଛୋଟ ବଡ ଘଟଣା ଘଟେ ନା ନା ଭାରତୀୟ ସଂସ୍କୃତିକୁ ଛାଡି ହୁଏ ନା ପାଶ୍ଚାତ୍ୟ କୁ ଏସବୁ ଭିତରେ ନିଜର ଖୁସିକୁ ନୁହେଁ । ଆଜି ଏ କଥା ସ୍ବପ୍ନା, ତାପସ ବୁଝିଛନ୍ତି ଆଉ ଆପଣଙ୍କୁ ବି ବୁଝିବାକୁ ପଡିବ 


ରଚନା : ରାଜେଶ କୁମାର ବାରିକ୍

ଠିକଣା : ଦେବେନ୍ଦ୍ର ପୁର,ଅଭଣା,ବାଲେଶ୍ବର ଦୂରଭାଷ : 9998622336