
ହେ ବନ୍ଧୁ !
ସୁଖ ଦୁଃଖ ଭରା ସାଗର କୂଳର
ଯିଏ ଏକ ବେଳାଭୂଇଁ
ଚେତନା ଯେଉଁଠି ସ୍ଵପ୍ନ ପାଲଟେ
ସୁସୁପ୍ତ ଉଠେ ଚେଇଁ,
ଯେଉଁଠି ଶବ୍ଦର ତରଙ୍ଗ ଲହରେ
କବିତାର ବୁକୁ ଚୁମି
ଏଇ ସେଇ ବନ୍ଧୁ ଆପଣଙ୍କ ସ୍ନେହୀ
ଅକିଞ୍ଚନ 'ବେଳାଭୂମି',
କ୍ଲାନ୍ତ ପଦର ସ୍ମୃତି ଚିହ୍ନ ତୁମ
ଏ ବେଳାରେ ଛାଡି ଯାଅ ,
ମନର ଅକୁହା କଥା ସବୁ ତୁମେ
ଥରେ ବସି ଭାବି ଯାଅ ,
ପ୍ରୀତିର ମଦିରା ବାଣ୍ଟି ଯାଅ ଏଠି
ସପନର ପିଆଲାରେ
ଗାଇ ଯାଅ ଏଠି ମେଘ ମଲ୍ହାର
ଜୀବନର ସାତସୁରେ ,
ମଳୟରେ ଖେଳୁ କଦମ୍ବର ବାସ
ନିଆରା ସ୍ୱପ୍ନିଳ ଗନ୍ଧ
ବଞ୍ଚିବାର ଏକ ନୀରବ ପ୍ରେରଣା
ଜୀବନର ମଧୁ ଛନ୍ଦ ।।