କବିତା - ଗୁରୁ - ହାସ୍ୟମୟୀ ରାଜ୍

0

କେମିତି ଯେ କରିବି
ଚରିତ୍ର ଚିତ୍ରଣ
ସେଇ ମହୀୟାନ ଗୁରୁଙ୍କର
ମୁଁ ଯେ ନିମିତ୍ତ ମାତର ,
କେମିତି କରିବି ଯେ ସୀମା ଅଙ୍କନ
ସେଇ ଅନନ୍ତ ଅପରିସୀମ
ପରିବ୍ୟାପ୍ତ ହୃଦୟର ।
ତାଙ୍କୁ ହିଁ ସମ୍ବଳ କରି
ଜୀବନର ଆରମ୍ଭ
ତାଙ୍କୁ ହିଁ ଆଶ୍ରା କରି
ଜୀବନର ଶେଷ,
ସିଏ ହିଁ ତ ପରମ୍ ବ୍ରହ୍ମ
ପରମ ଈଶ୍ବର ।
ତାଙ୍କ କୃପା ପ୍ରାପ୍ତ ହେଲେ
ଭରିଯାଏ ଆଲୋକ
ଅପସରି ଯାଏ ଯେତେ
ଜୀବନର ଅନ୍ଧକାର,
ଗୁରୁ ବିନା କାହିଁ ଯେ
ବଞ୍ଚିବାର ପଥ
ମୁକ୍ତି କାହିଁ ତୃପ୍ତି କାହିଁ
ତପ୍ତ ଜୀବନର ।
ସିଏ ଯେ ଚିଦାନନ୍ଦ
ସିଏ ଯେ ଅମୃତ
ଜୀବନକୁ କରିବାକୁ ପୂତ
ଯୁଗେ ଯୁଗେ ଆବିର୍ଭାବ
ହୁଏ ନିରନ୍ତର,
ସନ୍ଦିପନୀ, ଦ୍ରୋଣ, ବ୍ୟାସଦେବ
ଶିବାନନ୍ଦ, ରାମକୃଷ୍ଣ, ଶଙ୍କର
କେତେ ରୂପ କେତେ ଯେ ଆଲେଖ୍ୟ
ଗୁରୁ ବିନା ସତରେ
ସିଦ୍ଧି କାହିଁ ଜୀବନର ??
ସେ ମହିମା ମଣ୍ଡିତ କରି
ରାଧାକୃଷ୍ଣ ଦେଇଗଲେ
ବିଦ୍ଯାଳୟେ ସୂତ୍ର
କରିବାକୁ ଗୁରୁଙ୍କ ପୂଜନ,
ହେଲେ କାହିଁ ନିଷ୍ଠା, ପ୍ରେମ
କାଳର କରାଳ ଗର୍ଭରେ
ସବୁ ହୁଏ ଲୀନ ।।


Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି, ହାଟଡିହି, କେନ୍ଦୁଝର ।।
Content Category:
Submission Date: Nov 13, 2019

Post a Comment

0Comments
Post a Comment (0)