ଓଡ଼ିଆ ଅସ୍ମିତା ଐତିହ୍ୟ ସଂହିତା
ପରମ୍ପରା ଅନୁଗତ ,
ସମାଜିକ ପ୍ରଥା ପାଳନେ ସଦିଚ୍ଛା
ଉଦ୍ଭାଷିତ ହୁଏ ଚିତ୍ର ! !

ଲୋକଚାର ପର୍ବ ବିଭବରେ ପୂର୍ଣ୍ଣ
ନିଆରା ଏ' ରୀତିନୀତି ,
ସଂସ୍କୃତି ଆଧାରେ ପାଳନ୍ତି ସଭିଏଁ
ମଙ୍ଗଳ ବିଧାନେ ମତି ! !

ଓଡ଼ିଶା ସଂସ୍କୃତି ଲଭିଛି ଆଦୃତି
ବିଶ୍ଵ ଦରବାରେ ଆଜି ,
ଓଷା ବ୍ରତ ପର୍ବ ପରମ୍ପରା ଗତ
ବୈଦିକ ସମ୍ପଦ ପାଞ୍ଜି ! !

ଉତ୍କଳ ସରାଗ ପର୍ବ ବିଶେଷାଙ୍କ
ଭାଇଚାରା କରେବୃଦ୍ଧି ,
ଜଗନ୍ନାଥ ମୟ ସଂସ୍କୃତି ଚିତ୍ରିତ
ଆତ୍ମାମନ ସର୍ବସିଦ୍ଧି ! !

ଓଡ଼ିଆ ଘରଣୀ ବ୍ରତ ଉପଚାରୀ
ଶୁଭ ମନାସଇ ନିତି ,
ସର୍ବ କୁଶଳରେ ରହନ୍ତୁ ସଭିଏଁ
ଅଜାଡେ଼ ସେ ' ଭକ୍ତିପ୍ରୀତି ! !

ଜାତି ଭେଦ ଭାବ ନୁହେଁ ଗ୍ରହଣୀୟ
ଜଗନ୍ନାଥ ସଂସ୍କୃତିରେ ,
ସମ୍ପର୍କ ସମ୍ବନ୍ଧ ଛବି ପ୍ରକଟିତ
ସମର୍ପଣ ଆଧାରରେ ! !

ରଥଯାତ୍ରା ଠାରୁ ଦୋଳଯାତ୍ରା ଯାଏ
ସବୁଥିରେ ଆତ୍ମୀୟତା ,
ସରାଗେ ପାଳନ୍ତି ହିନ୍ଦୁ ମୁସିଲିମ
ନାହିଁ କିଛି ଅସ୍ପୃଶ୍ୟତା ! !

ଉଚ୍ଚନୀଚ ଜାତି ଭେଦଭାବ ନୀତି
ସଂସ୍କୃତି ବିରୋଧୀ ଛବି ,
ଯେତେ ଗଣପର୍ବ ପାଳନେ ସରାଗ
ସର୍ବାଗ୍ରେ ଓଡ଼ିଆ ଛବି ! !

ବାରମାସେ ଭାସେ ତେରପର୍ବ ନିଶ୍ଚେ
ଓଡ଼ିଶା ମାଟି ନିଆରା ,
ଧର୍ମୀୟ ଭାବନା ସମଭାବପନ୍ନା
ସାମାଜେ ସାଜେ ସାହାରା ! !

କାର୍ତ୍ତିକ ମାସର ଧର୍ମୀୟ ସରାଗ
ଧନଧାନ୍ୟ ମୂଳମନ୍ତ୍ର ,
ଆକାମା ବୋଇ ପାନ ଗୁଆ ଥୋଇ
ପଢିଦ୍ଯନ୍ତି ଧର୍ମଶାସ୍ତ୍ର ! !

ବୋଇତ ବନ୍ଦାଣ ଓଡ଼ିଆ ଘରର
ପୂରୁବ ଗୌରବ ସ୍ମୃତି ,
ବଣିକ ମାଣିକ ସାଧବ ନନ୍ଦନ
ଅର୍ଜିଥିଲେ ମହା ଖ୍ଯାତି ! !

ଆମରି ଐତିହ୍ୟ ସବୁରି ପ୍ରୀୟର
ଜଗତେ ବିଖ୍ୟାତ ଭାଇ ,
ବିଭିନ୍ନତା ମଧ୍ୟେ ଏକତା ବଜାୟେ
ଜଗନ୍ନାଥ ନାମଗାଇ ! !


ରଚନା : ସଦାନନ୍ଦ ସାହୁ

ଠିକଣା : ଧୁରୁଷିଆ , ଆଠଗଡ , କଟକ ଦୂରଭାଷ : 7978517998