ବ୍ୟଙ୍ଗ କବିତା - ମୋର ସରକାର - ଆର୍ତ୍ତତ୍ରାଣ ଖୁର୍ଡିଆ

0
ଯୁଜନା ଉପରେ ଯୁଜନାର ବମ୍
କାମ୍ ନାଇନ ଋତେ,
ଶୁଇଥିଲା ବାଘ୍ ପଂଦର ବଛର୍
ଇହାନେ କେନତା ଚେତେ.

ପାଂଚଟା‐T ପରେ ଆଇଛେ ଯୁଜନା
ନାଁ ହେଲା "ମୋର ସରକାର୍ "
ଫୁନ୍ କରବେ ମୁଖିଆ ସବକୁ
ବୁଝବେ ହାଲ୍ ବିଚାର୍ .

ଯିଏ ନାଇଁ କହି ଉଡିଆ କେଭେ
ସେ କେନତା କହେବା,
କାଳିଆର୍ ଟଂକା ନକଲି ଚାଷୀରନେ
ଅସଲି ଚୁପା ଖାଏବା.

ଗାଂଧିର୍ ମଂତର୍ ସ୍ୱରାଜ ସାଂଗରେ
ଇମାନେ କରବେ ସେବା,
ସମିଁଆ ପଡଲେ ମାମୁଁକେ କହେବେ
ଇଟା ମୋର ବଡ ବବା.

କେତନି ବେବିନା କେତନି ଇତିଶ୍ରୀ
ସଭିଁଏ ଯାଇଛନ୍ ହଜି,
ଇହାଦେ ଆମର୍ ସରକାର ଚେତୁଛେ
ହଜଲାକେ ଦେବା ଖୁଜି.

ନୁଆଁ ଭାରତ ଆର ନୁଆଁ ଉଡିଶାର୍
ସପନ୍ କରବେ ପୁରା,
ଯାହିଁ ଦେଖ ଭାଇ ଭରତି ହେଇଛେ
ଗଦା ଗଦା ଜରି,ଜୁରା.

ଜରିର୍ ଭଂଡାର୍ ସାରା ପୁରଥିକେ
କେଭେ ନୁ ଗଲାନ ଘେରି,
କଂପାନିର୍ କୁହୁଲା ବାୟୁମଣ୍ତଲକେ
ଜହରେ ଦେଲାନ ଭରି.

ହଏରେ ଆଗତାନୁ ଯଦି ଉଠିଥିତ
ସବୁ ଯାଇଥିତା ବଦଲି,
ସବୁ ଖାଇ ନେଇ ଇହାଦେ ଚେତୁଛ
ବାକି ରଖିଚ ଖଟଲି.


ରଚନା : ଶ୍ରୀମାନ୍ ଆର୍ତ୍ତତ୍ରାଣ ଖୁର୍ଡିଆ

ଠିକଣା : ଗ୍ରା‐ବଙ୍କିଆ,ପୋ‐ମୁର୍ଷୁଣ୍ତି,ଭାୟା‐ବୀ.ମା.ପୁର,ଜି‐ସୋନପୁର,  ଦୂରଭାଷ : ୯୪୩୯୧୪୦୮୧୪

Post a Comment

0Comments
Post a Comment (0)