*ନୀଳଦରିଆର ମୁକୁତା ମଣି*

🏵🏵🏵🏵🏵🏵

🌻🌻🌻🌻🌻🌻🌻🌻
ନୀଳଦରିଆର ମୁକୁତା ମଣି
ରାମଲେଖନୀ ତା ନାମ,
କାହିଁ କେଉଁ କାଳୁ ଆସୁଛି ଯାଉଛି
ଧନ୍ୟ କରି ବାଲେଶ୍ବର ଧାମ ।।

ଗୁପତେ ରଖିଛି ରକତେ ତା'ର
ଅମୂଲ୍ୟ ମହୋଷଧି,
ଅଣୁ ଅଣୁ ତାର ବହୁତ ମୂଲ
ଆମକୁ ଅଜଣା ତା' ବିଧି।।

ଧବଳ ଲୋତକ ଅଛି ତା ଦେହେ
ନୁହଁଇ ତ ସେ ନୀଳ,
ଅମ୍ଳଜାନ ସଂଶ୍ପର୍ଷରେ ଆସିଲେ
ଦେଖାଏ ତା କମାଲ।।

ଜନସାଧାରଣକୁ ଆଜି ବି ଅଜଣା
ରାମଲେଖନୀର ମହତ୍ତ୍ବ,
ସଚେତନ ଯଦି ନ ହେବେ କେହି
ଅଳପ ଦିନେ ହେବ ବିଲୁପ୍ତ ।।

ଗୁଣୀଜ୍ଞାନୀ ସମାଜସେବୀ
ବୈଜ୍ଞାନିକ ଗବେଷକ,
ତା ସୁରକ୍ଷା ପାଇଁ ଆଗଭର
ସାଜି ସଭିଏଁ ରକ୍ଷକ।।

ଓଡ଼ିଶାର ବାଲେଶ୍ଵର ଜିଲ୍ଲା
ପ୍ରିୟ ପ୍ରଜଜନ କେନ୍ଦ୍ର ତାର ,
ଆବାଳ-ବୃଦ୍ଧ-ବନୀତା ସଭିଏଁ
ସଠିକ୍ ବୁଝିବା ଦରକାର ।।

କବିଲେଖକେ କରେ ଗୁହାରି
ଉଠାଅ ଆପଣା କଲମ,
ରାମଲୀଖନୀ ପାଇଁ ଦି'ପଦ ଲେଖି
ଲିଭାଅ ଆପଣା ଧରମ ।।

🏵🏵🏵🏵🏵
*ପ୍ରଣତି ମହାପାତ୍ର*
ଫକୀରମୋହନ ନଗର
ବାଲେଶ୍ଵର


ରଚନା : Pranati Mahapatra

ଠିକଣା : Fakirmohan Nagar, Baleswar ଦୂରଭାଷ :