~~~~~~~~~~~~~~~~~~~~~~
ଚାଲ ଆମେ ସବୁ ଡିଜିଟାଲ ହେବା
ବିକଶିତ ଦେଶ ପରିକା
ଖାଇବା,ପିଇବା,ଖେଳିବା,ବୁଲିବା
ଆପଣେଇ ନିଜ ତରିକା
ଆମେରିକା,ଚିନ୍ ଭଳିକା
କାମ କରୁଥିବା ରିମୋଟ ଚିପିକି
ଦେଖେଇବା ଗୋଟେ ଧମାକା
ବାବୁ ଚାଲିଗଲେ ଉଡିକି ଦୁବାଇ
ଷ୍ଟାଟସଟେ ଛାଡି ଦେଇକି
ଏଞ୍ଜଇଂ ମାଇଁ ହଲିଡେ ଉଇଥ୍
ଫ୍ୟାମିଲିକୁ ସାଥେ ନେଇକି
ସାତଦିନ ପରେ ଫେରିକି
ଘରେ କଳାକନା ବୁଲେଇଛି ଚୋର
ବାବୁ ଖାଉଛନ୍ତି ଭେଳିକି
ଘଣ୍ଟାକରେ ୠଣ ଷାଠିଏ କରୋଡ
ଦେଇଦେବା ଶିଳ୍ପପତିଙ୍କୁ
ଷାଠିଏ ମିନିଟ ଲାଗିବନି ତାଙ୍କୁ
ଦେଶ ଛାଡି ଚାଲି ଯିବାକୁ
ଖିଲାପି ତାଲିକା ବେଳକୁ
ଷାଠିଏ ମାସ ବି ବିତିଗଲେ ଏଠି
ନ ଧରିବା ପଳାତକଙ୍କୁ
ଘର ଠୁଁ କଚେରୀ,ଅଫିସ,ବଣିଜ
ଡିଜିଟାଲ ସବୁ କରିବା
ସରକାରୀ ସେବା,ଅର୍ଥ ଦେବା ନେବା
ବିନା କାଗଜରେ ଭରିବା
ଲାଇନରେ ଛିଡା ନହେବା
ଅନଲାଇନ୍ ରେ କାରବାର କରି
କ୍ଯାସଲେସ୍ ଆମେ ବନିବା
କିଷାନ ଆପ୍ ରେ କରି ଅନ୍ବେଷଣ
ଉନ୍ନତ ପଦ୍ଧତି ଶିଖିବା
ନୂଆ କଉଶଳ ପାଣିପାଗ ମେଳ
ଚୁଟୁକିରେ ଆମେ ଜାଣିବା
ଡିଜିଟାଲ ଚାଷ କରିବା
ଡାଉନଲୋଡ କରି ଗୁଗଲରୁ ଆମେ
ରୁଟି,ଭାତ ସବୁ ଆଣିବା
ମାଆ ଯଦି କେବେ ପଡିଲା ବେମାର
ଝିଅ କାନ୍ଦେ ଫେସବୁକ୍ ରେ
ଦାଦୀ ମାଆ ଯଦି ମରିଗଲା ଘରେ
ନାତି ଶୋକ ପାଳେ ମେଲ'ରେ
ଅନ୍ତେଷ୍ଟିର ଶେଷ ଦିନରେ
ନାତି ହୁଏ ଖୁସି ହୁଏ ଫେସବୁକ ଦେଖି
ଲାଇକ ଚାରି'ଶ ଉପରେ
ଫେକ୍ ଆଇଡିଟେ ଖୋଲିଦେବା ଆମେ
ଟୁଇଟର,ଫେସବୁକ୍ ରେ
ଜନାକାରୀ ଠାରୁ ଅନ୍ତର୍ଘାତି କାର୍ଯ୍ୟ
କରୁଥିବା ଅନାୟାସରେ
ଇଂଷ୍ଟାଗ୍ରାମ୍ ,ଇ ମେଲ୍ ରେ
ଯେ ଯେତେ ପାରିବା କରିବା ଶୋଷଣ
ଡିଜିଟାଲ ଯୁଗ ନାଆଁରେ
~~~~~~~୦~~~~~(ସରୋଜ ଶତପଥୀ)
ରଚନା : ସରୋଜ କୁମାର ଶତପଥୀ
ଠିକଣା : ଗାୟତ୍ରୀ ବିହାର,ଯାଜପୁର ରୋଡ୍ ଦୂରଭାଷ : 7978412899
Sent via Google Forms Email