*ନାଁ ନୁହେଁ ବିଚାର*
 # ସଲିଳ ସିଲଟ #

ଦୁଇ ଅକ୍ଟୋବର ଏକ ଛୁଟିଦିନ
 ମନରେ ଯେତିକି ସୁଖ
ଡ୍ରାଇ ଡେଏ ବୋଲି ଚୁଚା'ର ମନଟା
 ତା'ଠାରୁ ଅଧିକ ଦୁଃଖ
 ଇତିହାସ ଖୋଲି ଦେଖ
ଗାନ୍ଧୀ ଶାସ୍ତ୍ରୀ ଜନ୍ମ ଜୟନ୍ତୀ ଦିନଟା
 ଭୁଲିଗଲ ଅଲାଜୁକ ।
ନାଥୁରାମ ବିନାୟକ ଗୁଳିକଲା
 ଆତତାୟୀ ତାକୁ କୁହ
ଗାନ୍ଧୀ ଚିନ୍ତାଧାରା ନିଇତି ବିକିକି
 ଆଦର୍ଶ ଦେଖେଇ ହୁଅ
 ତୁମେ କ'ଣ ଦୋଷୀ ନୁହଁ ?
'ଗାନ୍ଧୀ' ନାଆଁ ନୁହେଁ ଅଟଇ 'ବିଚାର'
 ଏକ ଆଉ ଅଦ୍ବିତୀୟ ।
କେତେ ଜ୍ଞାନୀ ଗୁଣୀ ପର ଛିଦ୍ର ଖୋଳା
 ଗାନ୍ଧୀଙ୍କୁ ଦିଅନ୍ତି ଦୋଷ ମୋହନ ଦାସଙ୍କୁ ମହାତ୍ମା କହିଲେ
 ଲାଗଇ ତାହାଙ୍କୁ ବିଷ
 ପ୍ରିୟ ନେତାଜୀ ସୁଭାଷ
ପ୍ରଥମେ ମହାତ୍ମା ସମ୍ବୋଧିତ କଲେ
 ଅଛିକି ସଂଦେହ ଲେଶ ?
ଗାନ୍ଧୀଙ୍କୁ ପଢିବା ବୁଝିବା ଜାଣିବା
 ମାନସିକତା ତ ନାହିଁ
ଫେସବୁକ୍ ଟ୍ବିଟର ହ୍ବାଟ୍ସଆପରେ
 ଭାବ ଦେଇ ନଉଥାଇ
 ଜ୍ଞାନର ସାଗର ସେଇ
ଗାନ୍ଧୀ ଗାନ୍ଧୀବାଦ ସତ୍ୟ ଓ ଅହିଂସା
 ଜମାନା ଆଉ ତ ନାହିଁ ।
ସଲିଳ କୁମାର ସ୍ବାଇଁ, ଶିକ୍ଷକ
ସରକାରୀ ଉପ୍ରା ବିଦ୍ୟାଳୟ, ସୁନ୍ଦରପୁର