ଜୀବନର ଏଇ
ଚଲା ବାଟରେ
ତୁମ କଥା ଭାବୁ ଭାବୁ
ପ୍ରିୟ ସଖି ମୋର ପ୍ରିୟତମା ଗୋ
ତୁମେ ମୋ ଜୀବନ ସାଥି।।
ନୀଳ ଆକାଶର
ନୀଳପରି ତୁମେ
ଝରଣାର ଝରଝରି
ଓଠରେ ତୁମର
ମିଠା ମିଠା କଥା
ମନ ମୋ ନେଉଛି କିଣି
ଲେଖି ଲେଖି ମୋର
ଲେଖା ସରେ ନାହିଁ
ପହିଯାଏ ସବୁ ରାତି
ତୁମେ ମୋ ଜୀବନ ସାଥି।।
କେଉଁ ଦୁନିଆରେ
ରହିଥିଲ ତୁମେ
ଆସିଲ ଏଇ ମୋ ମନେ
ଜାଣେ ନାହିଁ କେତେ
ଯେ ଆଲୋଡନ
ଆଣିଦେଲ ମୋର ମନେ।।
ଯାଉ ଯାଉ ମୋର
ବାଟ ସରେ ନାହିଁ
ସବୁକିଛି ଯାଏ ଭୁଲି।।
ରଚନା : ଜୟସେନ ପ୍ରଧାନ
ଠିକଣା : ମାଲତେନ୍ତୁଳିଆ,ପୋଲସରା,ଗଂଜାମ। ଦୂରଭାଷ : 9861182900
Sent via Google Forms Email
