ଏକାକାର ଆମେ ନାହା
                ବି.ନିରୁପମା

ବାହୁ ବନ୍ଧନରେ ରହିଥିବି ତୁମ
ମୁଁ ଅନନ୍ତ କାଳ ଧରି ,
ତୁମରି ଭାବରେ ମଗନ ହୋଇକି
ବାକି ଦିନ ଦେବି ସାରି ।

ଅସୀମ ଆନନ୍ଦ ସାଉଁଟୁଥିବି ହେ
ଭୁଲି ସଂସାରର ମୋହ ,
ତୁମ ଠାରୁ ମୁହିଁ ଭିନ୍ନ ନୁହେଁ ନାଥ
ଏକ ପରା ଆମ ଦେହ ।

ମୋ ତନୁ ମନ ଯେ କୃଷ୍ଣମୟ ସଦା
ତୁମକୁ ଗୋଚର ତାହା ,
ଏ କଥାକୁ ବୁଝିପାରି ଅଛ ବୋଲି
ଏକାକାର ଆମେ ନାହା ।

ତୁମରି ତନୁର ମଧୁର ପରଶ
ପାଇ ମୁଁ ବିଭୋର ସଖା ,
ଏ ଜନମ ନୁହେଁ ସାତ ଜନମକୁ
ଦେବ ଏଇଭଳି ଦେଖା ।

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।