ବ୍ରହ୍ମ
କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା .
---------
ବ୍ରହ୍ମ ସ୍ଥିର / ବ୍ରହ୍ମ ଅପରିବର୍ତ୍ତିତ
ବ୍ରହ୍ମ ତ ଅବିଚଳିତ
ଭାଗ ଭାଗ ବ୍ରହ୍ମ / ନୁହେଁ ଅଦ୍ୱିତୀୟ
ସେ ଅନନ୍ତ ସେ ଅଚ୍ୟୁତ ।।

କେହି କେହି କହେ / ଅନ୍ନ ବ୍ରହ୍ମ ବୋଲି
ଅନ୍ନ ତ ନୁହଇ ବ୍ରହ୍ମ
ବସ୍ତୁ ମଧ୍ୟୁଁ ଜନ୍ମ / ନେଇଥାଏ ଅନ୍ନ
ସେ କିପରି ହେବ ବ୍ରହ୍ମ ।।

ଆବର କୁହନ୍ତି / ମନ ବ୍ରହ୍ମ ବୋଲି
ସେ ପଦବାଚ୍ୟ ସେ ନୁହେଁ
ବେଳେବେଳେ ମନ / ଭିନ୍ନ ଭିନ୍ନ ଭାବେ
ପ୍ରକାଶିତ ହୋଇଥାଏ ।।

ପ୍ରାଣ ନୁହେଁ ବ୍ରହ୍ମ / ଜ୍ଞାନ ନୁହେଁ ବ୍ରହ୍ମ
ବ୍ରହ୍ମ ତ ଅଟେ ଅଭିନ୍ନ
ଅନେକ ତପସ୍ୟା / ବଳେ ମୁନି ଭୃଗୁ
ବ୍ରହ୍ମ କଲେ ଉଦ୍ଭାବନ ।।

ଦିବ୍ୟସତ୍ତା ବଳେ / ଆତ୍ମ ବିଭୋରେ
ଋଷି ହେଲେ ବ୍ରହ୍ମ ଜ୍ଞାତା
ଆନନ୍ଦ ହିଁ ବ୍ରହ୍ମ / ଆନନ୍ଦ ଜୀବନ
ଆନନ୍ଦ ବିଶ୍ଵ ବିଧାତା ।।


ରଚନା : କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଠିକଣା : ମଙ୍ଗଳାଯୋଡି, ଖୋର୍ଦ୍ଧା ଦୂରଭାଷ :