ତୁମେ ଯଦି ଟିକେ ଇଙ୍ଗିତ କରିବ ।
ଚନ୍ଦ୍ର ସୂର୍ଯ୍ୟ ଓ ଇନ୍ଦ୍ରକୁ ଖାତିର ନକରି
ତୁମକୁ ନେଇ ମୁଁ ସ୍ଵର୍ଗରେ ପହଞ୍ଚଇଦେବି ।

ଏଠି ଯଦି ତୁମେ ତୁମର ମୁକ୍ତ କେଶରାଶିକୁ
ବିଛାଡ଼ିଲା ପରି ମେଲିଦେବ, ଏଇ ଆଗନ୍ତୁକର ସମ୍ମୁଖରେ...
ମୁଁ ଆକାଶର ଶୂନ୍ୟ ଫର୍ଦ୍ଦ ଖୋଲି ।
କବିତାର ଅକ୍ଷର ଗୁଡ଼ିକୁ ସଜାଡ଼ି ଦେବି
ତୁମର ଉଦେଶ୍ୟରେ... !

ବେ ଯଦି ତୁମ ପଳାଶ ଓଠରେ,
ବସନ୍ତର ମଧୁ ଚୁମ୍ବନଟିଏ ଦେବ
ମୁଁ ଦିଗବଳୟ ପରି ପରିବ୍ୟାପ୍ତ ହୋଇ ଭକ୍ତ ହୋଇଯିବି
ତୁମର ଭବିଷ୍ୟତ ସମ୍ମୁଖରେ... 1

କେବେ ଯଦି ତୁମେ ଅନୁକମ୍ପା ପାଇଁ,
ପ୍ରତୀକ୍ଷା କରି ରହିଁ ବସିବ,
ତୁମପାଇଁ ସ୍ପନ୍ଦନର ଗାଥାଗାଇ, ରୋଷଣୀ ବଜାଇ,
ଆଲିଙ୍ଗନ କରି
ଜନ୍ମ ଜନ୍ମାନ୍ତର ପାଇଁ ପ୍ରତିଶ୍ରୁତି ଦେଇ, କୋଳେଇ ନେବି
ବନ୍ଧୁତ୍ବର ପରିଭାଷାରେ...


ରଚନା : ରବୀନ୍ଦ୍ର କୁମାର ବିଶ୍ବାଳ

ଠିକଣା : ରବୀନ୍ଦ୍ର କୁମାର ବିଶ୍ୱାଳ .
ଏମ.୫ /୧୮. ଆଚାର୍ଯ୍ୟ ବିହାର, ଭୁବନେଶ୍ୱର .୭୫୧୦୧୩
ଦୂରଭାଷ- ୯୩୩୧୭୩୨୨୩୩ ଦୂରଭାଷ : 9337132233