କବିତା - ପବିତ୍ର ପାପ - ପ୍ରକାଶ କୁମାର ଚାନ୍ଦ

0
ପବିତ୍ର ପାପ

ତୋପାଇଁ ଲେଖେ ମୁଁହଜାରେ କବିତା
ଲେଖେ ମୁଁ ହଜାରେ ଗପ
ତୁଯେ ଥିଲୁ ମୋର ପ୍ରଥମ ଶବଦ
ତୁମୋର ପବିତ୍ର ପାପ

ତୋପାଇଁ ଫଗୁଣ ଯୋଉଠି ସେଇଠି
ଋତୁ ଲାଗେ ଭାରି ମିଠା
ସେ ମିଠା ଋତୁରେ ଏଇ ମନେ ମୋର
ଖେଳେ ସାତରଙ୍ଗ ଛିଟା
ସାତରଙ୍ଗ ନେଇ ଇନ୍ଦ୍ରଧନୁ ଆସେ
ଛୁଇଁବାକୁ ତୋର ରୂପ
ତୁଯେ ଥିଲୁ ମୋର ପ୍ରଥମ ଶବଦ
ତୁମୋର ପବିତ୍ର ପାପ ।।

ତୋପାଇଁ କରେ ମୁଁ ହଜାରେ ଆଳତି
ଦେଉଳ ବେଢାରେ ବସି
ତୋପାଇଁ ସାଉଁଟେ ମନ ମୁଲକରୁ
ମହଣ ମହଣ ଖୁସି
ସେ ଖୁସି ଜଳଇ ହୃଦୟରେ ମୋର
ହୋଇ ପରା ଟିକି ଦୀପ
ତୁଯେ ଥିଲୁ ମୋର ପ୍ରଥମ ଶବଦ
ତୁମୋର ପବିତ୍ର ପାପ ।।

ପ୍ରକାଶ କୁମାର ଚାନ୍ଦ
ଜୟପୁର ଶାସନ ପିପିଲି ପୁରୀ
ମୋ.୯୮୫୩୩୫୪୯୩୮


ରଚନା : ପ୍ରକାଶ କୁମାର ଚାନ୍ଦ

ଠିକଣା : ଜୟପୁର ଶାସନ ପିପିଲି ପୁରୀ ଦୂରଭାଷ : ୯୮୫୩୩୫୪୯୩୮


Post a Comment

0Comments
Post a Comment (0)