କବିତା - ପ୍ରଥମ ପ୍ରେମିକା - ପ୍ରକାଶ କୁମାର ଚାନ୍ଦ

0
ପ୍ରଥମ ପ୍ରେମିକା
କେବେଯଦି ତୋର ସାଥେ ଦେଖାହୁଏ
ଚାହିଁଦେବୁ ଟିକେ ବୁଲି
କହିବିନି କେବେ ତୁଯେ ଥିଲୁ ମୋର
ପ୍ରଥମ ପ୍ରେମିକା ବୋଲି

ଝରିଯିବ ଯଦି ଆଖିରୁ ଦିଟୋପା
ଝରିଗଲେ ଝରିଯାଉ
କିଏ ଜାଣେ ପୁଣି କୋଉ ଜନମରେ
ଦେଖା ହେବ ଆମ ଆଉ
ପାଇଥିଲୁ ଭଲ ଦେଇଗଲୁ ମୂଲ
ପାରିବିକି କେବେ ଭୁଲି
କହିବିନି କେବେ ତୁଯେ ଥିଲୁ ମୋର
ପ୍ରଥମ ପ୍ରେମିକା ବୋଲି ।।

ତୁଯେ ବାଛିନେଲୁ ତୋଦୁନିଆଁ କୁ ମୁଁ
ଲୁଚି ଲୁଚି ଲୁହ ଢାଳେ
ସିନ୍ଥିରେ ତୋହର ଆଉକା ସିନ୍ଦୂର
ଦାଉ ଦାଉ ହୋଇ ଜଳେ
ଜଳିବା ପାଇଁକି ଏକା ଛାଡି ଗଲୁ
ମରୁଛି ମୁଁ ଜଳି ଜଳି
କେବେ କହିବିନି ତୁଯେ ଥିଲୁ ମୋର
ପ୍ରଥମ ପ୍ରେମିକା ଵୋଲି

ପ୍ରକାଶ କୁମାର ଚାନ୍ଦ
ଜୟପୁର ଶାସନ ପିପିଲି ପୁରୀ
ମୋ.୯୮୫୩୩୫୪୯୩୮


ରଚନା : ପ୍ରକାଶ କୁମାର ଚାନ୍ଦ

ଠିକଣା : ଜୟପୁର ଶାସନ ପିପିଲି ପୁରୀ ଦୂରଭାଷ : ୯୮୫୩୩୫୪୯୩୮


Post a Comment

0Comments
Post a Comment (0)