********************************
ପୁଣ୍ୟମୟୀ ମା'ଗୋ ପୁଣ୍ୟ ତୋ'ର କୋଳେ
ଜାତ ଆମେ ଟିକି କଳି,
ସୁବାସ ବିତରି ଚଉଦିଗ ସାରା
ସତ୍ୟ ପଥେ ପ୍ରାଣ ଜାଳି ।୧।
ଖେଳିଛୁ ବଢ଼ିଛୁ ଫଳ ମୂଳ ଖାଇ
ପିଇ ଝରଣାର ନୀର,
ସୂରୁଯ କିରଣେ ଉଲ୍ଲସିତ ଆମେ
ବଜ୍ର ଲଭଇ ଶରୀର ।୨।
ଜନନୀ ଅଟଇ ଏ ମାଟି ଆମର
ଚରଣ ପୂଜିବୁ ତା'ର,
କାଶ୍ମୀରଠୁ ନେଇ କନ୍ଯା କୁମାରୀ ଯେ
ଗାଁ' ଆମ କେଡ଼େ ସୁନ୍ଦର ।୩।
ସିରି ସିରି ବାଆ ବହେ ତା'ରି କୋଳେ
ମଳୟ ବସନ୍ତ ଖେଳେ,
ପୂଜା ଅରଚ୍ଚନା କରିବୁ ଉଲ୍ଲାସେ
ଆମ ଟିକି ଜ୍ଞାନ ବଳେ ।୪।
ଅଭୟ ଦାୟିନୀ ବିଶ୍ବ ବିଜୟିନୀ
ଅଭୟ ପ୍ରଦାନ କର,
ଧରମ ପଥରେ ଲଢ଼ିବୁ ସଭିଏଁ
ଟିକି ସନ୍ତାନ ମା' ତୋ'ର ।୫।
ତବ ପାଦ ଧୂଳି କପାଳେ ବୋଳି ମା'
ସେବିବୁ ତୋ' ମୁକ୍ତି ପାଦ,
ଟିକି ଶିଶୁ ଆମେ ବୀରଟିଏ ହେବୁ
ଅଭୟ ତୋ' ଆଶୀର୍ବାଦ ।୬।
ଭୁଲିଅଛି ଜାତି ପୂର୍ବ ଇତିହାସ
ତୁହିଁ ମା' ବିଶ୍ବକଲ୍ଯାଣୀ,
ମାଗୁଛି ଆଶିଷ ଦିଅ ମା' ଭାରତୀ
ରଚିବୁ ନୂଆ କାହାଣୀ ।୭।
ତ୍ରିରଙ୍ଗା ତୋହର ବିଜୟ ପଣତ
ରକ୍ଷା କବଚ ଆମ୍ଭର,
ପାଦ ପଦ୍ମେ ତୋ'ର କୁସୁମ ବରଷା
କରିବ ସନ୍ତାନ ବୀର ।୮।
**********************************
ଭଜରାମ ସେଠୀ, ନିରାଳ, ଗଂଜାମ ଓଡ଼ିଶା
ରଚନା : ଭଜରାମ ସେଠୀ
ଠିକଣା : ନିରାଳ ,ଆସିକା, ଗଞ୍ଜାମ ଦୂରଭାଷ : 9566876504
Sent via Google Forms Email
