କବିତା - ପ୍ରେମ - ପ୍ରସନ୍ନ କୁମାର ଭୁଏ

0
କେବେ ତମେ ରାଧା
କେବେ ତମେ ମୀରା ସାଜି
ପ୍ରେମର ଭାଷା ଶିଖେଇଦେଲ
ଏ ମନ ପ୍ରାଣରେ
କେବେ ପ୍ରେମର ବର୍ଷାରେ
ଓଦା କଲ ତନୁ ମନକୁ
ତ କେବେ ପ୍ରେମର ବାଆରେ
କଲ ଶୀତଳ ମନ ପ୍ରାଣକୁ
ତ ଆଉ କେବେ ପୁଣି
ଦାଉ ଦାଉ ପ୍ରେମ ଖରା ଝାଞ୍ଜରେ
ମନକୁ ପଥରଠୁ କଲ ଟାଣ
କେତେ ବଳ ତାର
ଫୁଲକୁ ପଥର କରିଦିଏ
ଆଉ ପଥର ହୃଦୟକୁ ଫୁଲ
ସମୟର ଗତି କଥା କୁହେ
ସନ୍ଦେହ ନିଃସନ୍ଦେହର
ପ୍ରେମର ମାପ ହୁଏ
ବିଶ୍ବାସର ତରାଜୁରେ
ମିଛ ମାୟା
ଆଉ କେତେ ସତ୍ୟର ।


ରଚନା : ପ୍ରସନ୍ନ କୁମାର ଭୁଏ(ପ୍ରୟାସ)

ଠିକଣା : ରାଞ୍ଚି, ଝାରଖଣ୍ଡ ଦୂରଭାଷ : ୮୬୫୮୨୧୮୭୬୬


Post a Comment

0Comments
Post a Comment (0)