ମାତୃ ବିଳାପ
କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି ,ଖୋର୍ଦ୍ଧା .
-------------------
ସହି ସହି କେତେ ସହିବ ଜୀବନ
ବିବ୍ରତ ହେଉଛି ମନ
ପୁଅ, ଝିଅ ଜନ୍ମି ବଡ଼ କରିଥିଲି ସଭେଁ କଲେ ହୀନିମାନ ।।

ଯମ ଯନ୍ତ୍ରଣା କୁ ଭୁଲିଯାଇଥିଲି
ଦେଖିଦେଇ ତୁମ ମୁହଁ
ହୃଦୟ‌ ଭିତରେ ଚାପି ଦେଇଥିଲି ଅନେକ ଅକୁହା କୋହ ।।

କେତେ ଯେ ଅଝଟ ଅଳି ଅରଦଳି
ପୁରଣ କରିବା ଆଶେ
ନିଜ ସୁଖ ସ୍ଵାତ୍ସନ୍ଦ୍ୟ କୁ ଜଳାଞ୍ଜଳି ଦେଇ, ରହି ଉପବାସେ ।।

ପୁଜା ଅରଚନା କରିଛି ତୁମର
ମଙ୍ଗଳ କାମନା ପାଇଁ
ମାଜଣା କରିଛି ଗାଁ ଠାକୁରାଣୀ କଳା ଶାଢୀ,କାଚ ଦେଇ ।।

ରୋଗ ଶେଯେ ତୁମ ରାତି ଉଜାଗରେ
କାଟିଛି ଅନେକ ଦିନ
ବାହୁ ଝୁଲଣାରେ ଝୁଲାଇ ଧନରେ ଦେଖାଇଛି ତାରା ଜହ୍ନ ।।

ଆଜି ମୁଁ ସ୍ଥବିର ଆଖିରେ ପରଳ
ଭାଙ୍ଗିତ ଗଲାଣି ଅଣ୍ଟା
ପିତାତୁମ ଏବେଳରେ ଛାଡ଼ିଗଲେ କରିଦେଇ ମୋତେଏକା ।।

ତୁମକୁ ଆଶ୍ରୟକରି ଶେଷ କାଳ
କାଟିବାର କତେଆଶା
ପଣିଗାର ସମ ମଉଳି ଯାଉଛି କିଏ ବା ହେବ ଭରଷା ।।

କୋଠାଘରେ ରହି ଘିଅଭାତଖାଇ
କାଟୁଅଛ ବାବୁ ଦିନ
ବାସିତୋରାଣିରେ ଦିନସରେନାହିଁ ନେଉନାହିଁ ମୋତେଯମ ।।









ରଚନା : କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଠିକଣା : ମଙ୍ଗଳାଯୋଡି, ଖୋର୍ଦ୍ଧା ଦୂରଭାଷ :