ସାଗର ବେଳାରେ ଦେଖା ହୋଇଥିଲା
ପୁରୁବ ଓଡିଶା ଝିଅ
ଖାଣ୍ଟି ଓଡ଼ିଆରେ କହୁଥିଲା କଥା
ଦେଇ ତାର ପରିଚୟ ।

ଆଖିରେ ଦେଖିଲି କାନରେ ଶୁଣିଲି
ସେ ଝିଅର ରୂପ ଗୁଣ
ଅକୁହା କଥାସେ କହିଦେଇଥିଲା
ପକେଇ ଦେଇତା ରାଣ ।

ମନ ଆକାଶର ଚିକିମିକି ତାରା
କଲା ମୋତେ ପ୍ରେମ ମୟ
ସାଗର ବେଳାରେ ଦେଖା ହୋଇଥିଲା
ପୁରୁବ ଓଡିଶା ଝିଅ ।

ଛଳନା ଛନ୍ଦ ନଥିଲା ତାପାଶେ
ସେତ ପ୍ରେମଭରା ନଇ
ଅଚାନକ ଆସି ଏ ଦେହ ମନକୁ
ନିମିଷକେ ଗଲା ଛୁଇଁ ।

ଜୀବନ ସଙ୍ଗୀତ ସଜାଡ଼ି ଦେଲାସେ
ଦେଇ ସୂର ତାଳ ଲୟ
ସାଗର ବେଳାରେ ଦେଖା ହୋଇଥିଲା
ପୁରୁବ ଓଡିଶା ଝିଅ ।

ରଚନା : ସିଦ୍ଧେଶ୍ଵର ତ୍ରିପାଠୀ

ଠିକଣା : କୁଣ୍ଡିଲୋ, କେରଙ୍ଗ, ଖୋରଧା । ଫୋନ ନମ୍ବର :