ଜୟ ମା' ଅମ୍ବେ ।
ଅମ୍ବିକେ ରୂପରେ ଦଶଭୂଜା ମାତା
ନବରାତ୍ର ଧରା ପୃଷ୍ଟ...!!
ଅଯୋନି ସମ୍ଭୁତା ସିଂହ ବାହିନୀ ମା'
ସଂଘାର କରନ୍ତି ଦୁଷ୍ଟ ।।
ଭଦ୍ରା,ବ୍ରହ୍ମ ଚାରିଣୀ , ଚନ୍ଦ୍ରଘଣ୍ଟା ମା'
ସ୍କନ୍ଧ ମାତା , ସଂଜୀବନୀ...!!
କାତ୍ୟାୟନି ମାତ ଯୋଗମାୟା ପୁଣି,
ଗୌରୀ , ଦୁର୍ଗତୀ ନାଶିନୀ ।।
ଶୈଳ ପୁତ୍ରୀ ଆଗୋ ଶାନ୍ତି ପ୍ରଦାୟିନୀ
ସଭିଙ୍କୁ ଦିଅ ହେ' ରାହା...!!
ଅଧର୍ମ ପଥର ପଥିକ ପାଇଁକି
ନ'ହୁଅ କେବେହେଁ ସାହା ।।
ଦୁର୍ଲଭ ନୁହେଁ କି, ନାରୀର ପରାଣ
ଲମ୍ପଟ କୃତାର୍ଥ ଲଭେ.... !!
ଗଣ ଦୁଷ୍କର୍ମ ରେ ବାଟବଣା କେତେ
ବିରାଡ଼ି ବୈଷ୍ଣବ ଭବେ ।।
ଦୁରାଚାରୀ ସେହି ସୁଦୀପ୍ତ ମହିଂସାକୁ
ଉଗ୍ରତାରେ କଲ ନାଶ....!!
ମହିଂସା ମର୍ଦ୍ଦିନୀ ଏ' ବିଷମ ବେଳରେ
ତ୍ରାହି ସିବେଶ୍ୱରୀ ମାତ ।
ପୁର ପଲ୍ଲୀ ଠାରୁ ସହର ବଜାର
ପ୍ରହସନ ଦିଶେ ଶ୍ରଦ୍ଧା.... !!
ନିଶା ଶକ୍ତ ଏଠି ବ୍ୟଭିଚାର କରେ
ଦିଅନ୍ତି ନି କେହି ବାଧା ।।
ଯୋଗଜନ୍ମା ମାତା ଯୋଗେଶ୍ୱରୀ ତ୍ରାତା
ପଦ୍ମ ପ୍ରିୟା ଆଦ୍ୟ ଶକ୍ତି...!!
ସଂସାରକୁ ରଖ ଅଭୟ ବରଦେ
ଧରାରୁ ଯାଉଛି ଭକ୍ତି ।।
ଛବିରାଣୀ ପତି , ମଧ୍ୟ ଶାସନ
।।। ଜଗତସିଂହପୁର।।।
phone no _ 9337960060
patisnehalata06@gmail.com
କବିତା - ଜୟ ମା' ଅମ୍ବେ - ଛବିରାଣୀ ପତି
October 15, 2019
0