ଶାରଦୀୟ ପର୍ବ ମମତା ମୟୀର
ଭକ୍ତି ପ୍ରୀତି ନିଦର୍ଶନ ,
ଉତ୍ସବ ମୁଖର ଏ' ସାରା ଭାରତ
ଭବ୍ୟ ପୂଜା ଆୟୋଜନ ! !

ଶୁଭ୍ର କାଶ ପୁଷ୍ପ ସ୍ଵାଗତ କରୁଛି
ପାର୍ବଣ ସମ୍ଭାରେ ହସି ,
ଆସ ମାଅା ଭବାନୀ ଶୁଭପ୍ରଦାୟିନୀ
ଭକ୍ତ ଜନ ହେବେ ଖୁସି ! !

ବର୍ଣ୍ଣାଢ଼୍ୟ ଉତ୍ସବ ପରବ ମାହୋଲ
ସବୁତ ତୁମରି ଦାନ ,
ଭକତି ପ୍ରଣତୀ ମୂଣ୍ମୟ ମୂରତି
କଲ୍ୟାଣ ଆଶିଷ ଧନ ! !

କେତେ ସାଜସଜା ଆଲୋକର ମାଳା
ଝଲସି ଉଠୁଚି ପୀଠ ,
ତବ ଆବିର୍ଭାବ ଲାଗୁଚି ମାଅା ସତ
ଦିଅ ମାଅା ଆଶିର୍ବାଦ ! !

ଘଣ୍ଟ ହୁଳହୁଳି ମୃଦଙ୍ଗ କାହାଳୀ
କମ୍ପୁଚି ପୂଜା ମଣ୍ଡପ ,
ବେଦ ମନ୍ତ୍ର ଧ୍ଵନି ବ୍ରାହ୍ମଣ ଗାଉଚି
ଖଣ୍ଡନ କର ମା' ପାପ ! !

ଆଶିଷ କରୁଣା କରନି ମା' ଊଣା
ଏତିକି ବିନତୀ ଅଳି ,
ମାତୃ ଭକ୍ତି ସ୍ତୁତି ହେଉ ମହାସ୍ମୃତି
ଅପସରି ଯାଉ କଳି ! !

କବିର ଲେଖନୀ ନଯାଉ ଅଟକି
ଦିଅ ମାଅା ଦିବ୍ୟଜ୍ଞାନ ,
ତୁମ ମହିମାରେ କବି କୁଶଳରେ
ଲେଖୁ ଥାଉ ସବୁଦିନ ! !

ରଚନା : ସଦାନନ୍ଦ ସାହୁ

ଠିକଣା : ଧୁରୁଷିଆ , ଆଠଗଡ଼ , କଟକ,   ଫୋନ ନମ୍ବର : 7978517998