ମୁଁ ,
ଛନ୍ଦେ ଛନ୍ଦେ ବନ୍ଧା ରାଗିଣୀ ଟିଏ,
ତୀରେ ତୀରେ ବନ୍ଧା ନୀଳ  ତରଙ୍ଗିଣୀ
ଲୁହେ ଲୁହେ ଭିଜା କାହାଣୀ ଟିଏ !

କୁସୁମ ମଞ୍ଜରୀ କୁଞ୍ଜ କାନନ
ମିଠା ମହୁଲିଆ ମଧୁପ ମନ
ପଣତ ଉଡାଇ ଚାଲି ଯାଉଥିବା 
ଲାଜେ ଲାଜବନ୍ତୀ କାମିନୀ ଟିଏ !

କଳିତ ଲଳିତ ଲବଙ୍ଗ ଲତା
କହି ହୁଏନା ଯେ ସେମିତି ବ୍ୟଥା
ହସି ହସି ମେଘେ ଲୁଚି ଯାଉଥିବା
ଅଧା ଜହ୍ନ ମୁଗ୍ଧ ଚାନ୍ଦିନୀ ଟିଏ !

          ---0----
              ସୁବଳ ରାଉତରାୟ
             ଭୁବନେଶ୍ୱର
              8118031316