• ଆଦ୍ୟ କାର୍ତ୍ତିକ ର ଗୀତ
• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ,ମଙ୍ଗଳାଯୋଡି, ଖୋର୍ଦ୍ଧା .
• ---------- --- ୧୪ . ୧୦ . ୨୦୧୯ --- ----------
• ଆଦ୍ୟ କାର୍ତ୍ତିକ ର ଶିଶିର ପଖଳା ସକାଳ ସୁନେଲି କର
• ପ୍ରସାରିତ କରି ଅମୃତ ବେଳାରେ ଉଦୟ ହେଲେ ମିହିର
• ଉଭା ହୋଇଲେଣି (ମୋ) କାଳିଆ ସାଆନ୍ତ
• ବେଶ ରାଇ,ଦାମୋଦର ,ସକାଳ ସୁନେଲି କର ।।

• ପାହାନ୍ତା ପହରୁ ଶଂଖ, ଘଣ୍ଟ, ଘଣ୍ଟା ମଙ୍ଗଳ ଧ୍ଵନି ର ସ୍ଵର
• ହୁଳହୁଳି ଶଦ୍ଦ ଗୀତ ଜନ୍ତ୍ର ବାଦ୍ୟ ମନ ହେଲାଣି ଅସ୍ଥିର
• ଆଗୋ ପ୍ରାଣସହୀ ଚାଲ ବେଗ ହୋଇ
• ଦର୍ଶନ କରିବା ଚାଲ , ସକାଳ ସୁନେଲି କର ।।

• କାର୍ତ୍ତିକ ପବିତ୍ର ମାସ ରେ ହବଷ୍ୟ, ବ୍ରତ ଉପବାସ ସାର
• ବାଲୁଙ୍କା ପୁଜା ରେ କାଟିବା ସକାଳ ଦୀପଦାନ ସଞ୍ଜ ବେଳ
• ଆକାଶ ଦୀପ କୁ ଜଳାଇ ସହୀରେ
• ଶରଣ ଯିବା ତାଙ୍କର , ସକାଳ ସୁନେଲି କର ।।

• ଧରମ ମାସ ୟେ ଶୁଣିବା ସହୀରେ କାର୍ତ୍ତିକ ମହାତ୍ମ ପୋଥି
• ଅପୂର୍ବ ସେ କଥା ଅମୀୟ କାହାଣୀ ଜଳନ୍ଧର, ବୃନ୍ଦାବତୀ
• ହେବାରେ ମଗନ କରି ଦରଶନ
• ନୀଳାଚଳେ ରମାବର , ସକାଳ ସୁନେଲି କର ।।

• କୁମାର ପୂନେଇଁ ପାଶାଖେଳେ ହାରି ଯାଇଛନ୍ତି ବାସୁଦେବ
• ବନ୍ଧା ପଡିଛନ୍ତି ମାଧୋଇ ଦେଖିବା ସେହି ଲୀଳା ଅଭିନବ
• ଲକ୍ଷ୍ମୀ ନାରାୟଣ ସେ ରୂପ ଦର୍ଶନ
• (ମାୟା) ସଂସାରୁ କରିବ ପାର , ସକାଳ ସୁନେଲି କର ।।
 

ରଚନା : କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଠିକଣା : ମଙ୍ଗଳାଯୋଡି , ଖୋର୍ଦ୍ଧା ଦୂରଭାଷ :