*************************************
ଗଉରୀ ନନ୍ଦନ ବିଘ୍ନ ବିନାଶନ
ମୂଷିକ ବାହାନ ପ୍ରଭୁ,
ଏକ ଦନ୍ତଧାରୀ ବିଦ୍ଯା ରତ୍ନପୁରି
ଜ୍ଞାନ'ର ଭଣ୍ଡାର ବିଭୂ ।
ବାଳକ କାଳରେ ମାତୃ ଦ୍ବାରପାଳ
ମାଆ ତପସ୍ୟା ସାଧନେ ,
ମାଆ ଆଦେଶ'ର ପାଳନ କରତା
ପରିଚୟ ଶ୍ରେଷ୍ଠ ପଣେ ।
ପିତୃ ପୁତ୍ରେ ଯୁଦ୍ଧ ଅଜଣା ଜ୍ଞାନରେ
ରଚିଥିଲ ଯୁଦ୍ଧ ଗୁଣେ,
ଶିର ଛେଦି ତବ ମାତୃଭକ୍ତି କେତେ
ଶ୍ରେଷ୍ଠ ତୁମେ ପ୍ରାଣ ଦାନେ ।
ମହାନ ଜ୍ଞାନୀ ହେ ଜ୍ଞାନ ପରିଚୟ
ମାତୃ ପିତୃ ପରିକ୍ରମା,
ଅଗ୍ରେ ପୂଜା ଧାରୀ ଲଡୁହସ୍ତେ ଧରି
ବିଦ୍ଯା ଗୁଣେ ନାହିଁ ସୀମା ।
ରିଦ୍ଧି ସିଦ୍ଧି ଯା'ର ଦୁଇ ପତ୍ନୀ ହାର
ପାଦ ମଞ୍ଚାଳନ୍ତି ବସି,
ବ୍ରହ୍ମାଣ୍ଡ ଜ୍ଞାନୀ ହେ ତିନି ପୁରେ ଶିକ୍ଷା
ପାଆନ୍ତି ବିଦ୍ବାନ ଋଷି ।
କାର୍ତ୍ତିକେୟ ନାମେ ଭ୍ରାତା ଯା'ର ଧାମେ
ଧନ୍ଯ ତୁମେ ଗଜାନନ,
ବିଘ୍ନ ବିନାୟକ ଗଣଧି ପତି ହେ
ବିଦ୍ଯାଦାତା ଗଜକର୍ଣ୍ଣ ।
ନମୋ ନମୋ ନମଃ ଗିରିଜାନନ୍ଦନ
ଗଉରୀ ପ୍ରାଣ ସ୍ପନ୍ଦନ,
ନମୋ ନମୋ ନମଃ ପାର୍ବତୀନନ୍ଦନ
ଶିବାନୀ କୋଳ ମଣ୍ଡନ ।
ନମୋ ନମୋ ନମଃ ରିଦ୍ଧି ସିଦ୍ଧି କାନ୍ତ
ଋଷି ଦେବତା ଚିନ୍ତନ,
ନମୋ ନମୋ ନମଃ ଜ୍ଞାନ'ର ସାଗର
ନମଃ ମୂଷିକ ବାହାନ ।
*******************************
ଭଜରାମ ସେଠୀ, ନିରାଳ, ଆସିକା, ଗଂଜାମ
୯୫୬୬୮୭୬୫୦୪
ରଚନା : ଭଜରାମ ସେଠୀ
ଠିକଣା : ନିରାଳ ଗଂଜାମ ଦୂରଭାଷ : 9566876504
Sent via Google Forms Email
0 Comments
You can write now your valuable comments here. Off-topic comments may be removed or deleted without prior notice.