।।ଶବ।।

ନିଜ ଅନ୍ତର୍ଦାହ ରେ ବେଳେବେଳେ
ଶରୀର ପଖାଳିଛି,
ହସିଛି ଖେଳିଛି ଝୁଣ୍ଟିଛି
ସେଥିପାଇଁ ତ ମରି ମରି
ଜୀଇଁବା ଶିଖିଛି ।
ନିଶ୍ଚିତ କେବେ ଥରେ ହସିବି ନା
ବଞ୍ଚି ଥାଉ ଥାଉ ହେଉ କିମ୍ବା
ମଶାଣିରେ ହେଉ ପଛେ
ଥରୁଟିଏ ତ କେହି କହିବେ
ହସୁଥିଲା ଦେଖ କେମିତି ସେ ।

ରଙ୍ଗ ବଜାରରେ ନିଶ୍ଚୟ ରଙ୍ଗ ମିଳିବ
ସେ ରଙ୍ଗ କାହା ହସ ଓଠରେ ହୋଇଥିବ ନଚେତ
କାହା ମଥାରେ ସିନ୍ଦୂର ଟୋପା
ହୋଇଥିବ
ସବୁ ହୋଲିରେ ଖେଳୁଥିଲି
ଆଜିବି ଖେଳିବି
ସେ ଖେଳିବାର ନିଶାଟା ଯେ
ଏମିତି ମୋଡ଼ରେ ଆଣି 
ଠିଆ କରିଦେଵ କିଏ
ଜାଣିଥିଲା   ?

ସମସ୍ତଙ୍କ ରଙ୍ଗରେ ମୋତେ ବି
ରଙ୍ଗ ପିଚିକାରୀ ଧରେଇ
ବେରଙ୍ଗ କରି ରାଜରାସ୍ତାରେ
ହଟହଟା କରେଇଦେଲା।।

ବିସ୍ତୀର୍ଣ୍ଣ ଏ ସମୟର ସ୍ରୋତରେ
ଏମିତି ଭସେଇ ଦେବ ବୋଲି
କେବେ ଭାବି ନଥାଏ ମଣିଷ
ମଳୟ ପବନ ଭଳି 
ଦେହରେ ବାଜୁଥିବା ପବନ ଟା
ଦେହକୁ ଏତେ ଦରଜ ଦେବ
କିଏ ଜାଣିଥିଲା।
ବର୍ଷି ଯାଉଥିବା 
ଏ କାକର ଟୋପାଟା ବି
ଆଜି ମୋତେ ମୋହରା ସଜେଇ
ଏମିତି ଶୁନ୍ ଶାନ ଜାଗାରେ
ଶୁଆଇ ଦେଇଗଲା।

ଯେଉଁଠି କଙ୍କାଳ କଥା କହେ 
ବୀଣା ମୁଠିମାନେ ଦ୍ୱୀପ ଜାଳନ୍ତି 
ମୁଣ୍ଡ ମାଳ ମାନେ ଯେଉଁଠି
ଭୋକିଲା ଭଳି ଦିଶନ୍ତି
ଆଉ ସମସ୍ତ ଅଲୋଡ଼ା କାହାଣୀକୁ
ଦରପୋଡା ପାଉଁଶ ରେ 
 ଯେଉଁଠି ଲେଖନ୍ତି
ଆଜି ଠିକ୍ ସେଇଠି 
ଶୋଇଛି ମୁଁ ନିଜେ।

ଯେଉଁଠି କେହି ମିଳନ୍ତିନି
ଦୁଃଖକୁ ବାଣ୍ଟିବା ପାଇଁ
ସେଇଠି ଆଜି ମଣିଷ ଦେଖିଲେ
ଭାରି ଡର ଲାଗୁଛି।।

ପ୍ରଦୀପ ବନ୍ଧ, ଭଦ୍ରକ, ବାସୁଦେବପୁର
ସାନମଛୁଆଘାଇ,ରାଜଘରପୋଖରୀ
ଭ୍ରାମ୍ୟଭାଷା:--8072783220।।