🌻🌻🌻🌻🌻🌻🌻
ପାର୍ବଣର ଋତୁ ଆସିଛି ଧରାରେ
ଦେବାଦେବୀ ପୂଜା ପା'ନ୍ତି,
ମହାଆନନ୍ଦରେ ଧରାବାସୀ ମାନେ
ପୂଜାର୍ଚ୍ଚନା କରନ୍ତି।
ମୃଣ୍ମୟୀ ମୂର୍ତ୍ତିକୁ ରଙ୍ଗବେରଙ୍ଗରେ
ଯେ ନାନା ରୂପ ଦିଅନ୍ତି,
ନଦୀ,ଗାଡିଆରେ ବିସର୍ଜନ କରି
ଜଳ ପ୍ରଦୂଷଣ କରନ୍ତି।
ବିସର୍ଜନ ବେଳେ ବିସ୍ଫୋରଣ କରି
ବାୟୁ ପ୍ରଦୂଷଣ କଲେ,
ଜଳ,ବାୟୁ, ମୃତ୍ତିକା ପ୍ରଦୂଷଣ ରେ
ଆମେ ବିନାଶକୁ ନିମନ୍ତ୍ରିଲେ।
ପୂଜା ହୋମ ଯଜ୍ଞ ଦ୍ଵାରା ମାନବକୁ
ମାନସିକ ଶାନ୍ତି ମିଳେ,
ରାସାୟନିକ ରଙ୍ଗ ବିସ୍ଫୋରକ ଦ୍ରବ୍ୟେ
ଅଶାନ୍ତ ବାୟୁ ଯେ ଖେଳେ।
ନିର୍ମଳ ବାୟୁ ଓ ବିଶୁଦ୍ଧ ଜଳ ତ
ହେଲାଣି ସାତସପନ,
ସ୍ଵଛ ମୃତ୍ତିକା ଯେ ଉଭେଇ ଗଲାଣି
ପଲିଥିନ ପଣପଣ।
ଗାଈଗୋରୁ ଛେଳି ମେଣ୍ଢା ଓ କୁକୁର
ପଲିଥିନ ଖାଇ ଖାଇ,
ଗଦା ଗଦା ପଲିଥିନ ପୋତି ହୋଇ
ଫଳଶୂନ୍ୟ କ୍ଷେତ ହୋଇ।
ସଚେତନ ନାଗରିକ ହୋଇ ଆମେ
ଯଦି ନିଜକୁ ନିଜେ କହିବା,
ଆମ ପରିବେଶ ଆମରି ସମ୍ପତ୍ତି
ତାକୁ ସୁରକ୍ଷା ଆମେ କରିବା।
🏵🏵🏵🏵🏵🏵
ରଚନା : ପ୍ରଣତି ମହାପାତ୍ର
ଠିକଣା : ଫକୀରମୋହନ ନଗର,
ବାଲେଶ୍ଵର, ଫୋନ ନମ୍ବର : ୭୯୭୮୨୭୧୭୨୮
Sent via Google Forms Email
