*************************************
ଜଗବନ୍ଧୁ ପରି ବନ୍ଧୁ ନାହିଁ ଏ ସଂସାରେ
ଜାଇଫୁଲ ଲୋ.....
ଏଇ କେତେ ବାଟ ଆସିବ ଶ୍ରୀକ୍ଷେତ୍ର
ସଅଳ ସଅଳ ଆ......
ଦୁହେଁ ଦେଖିବା ବନ୍ଧୁ କଳା ସାଆଁନ୍ତ
ଜାଇଫୁଲ ଲୋ ........
ଜଗବନ୍ଧୁ ପରି ବନ୍ଧୁ ନାହିଁ ଏ ସଂସାରେ
ଜାଇଫୁଲ ଲୋ .........(ଘୋଷା)।୧।
ବଂଇଶୀ ମୋହନ ନନ୍ଦ ଘର ଜହ୍ନ
ସୁଦାମ'ର ଖୁଦ ଖିଆ
ମୋ କଳାବଦନ ଶୀରିକ୍ଷେତ୍ର ଜହ୍ନ
ବନ୍ଧୁ ମାହାନ୍ତି'ର କାୟା
ବନ୍ଧୁ ବନ୍ଧୁ ବୋଲି ହୃଦୟେ ଡାକିବା
ଜାଇଫୁଲ ଲୋ.........
ବାରୀ ବାଉଁଶରେ ବଂଇଶୀ କରିଛେ
ତା ନାଲି ଅଧରେ ଦେବା
ଜାଇଫୁଲ ଲୋ...........
ଜଗବନ୍ଧୁ ପରି ବନ୍ଧୁ ନାହିଁ ଏ ସଂସାରେ
ଜାଇଫୁଲ ଲୋ ..........।୨।
ନୀଳଗିରି ନାଥ ଜଗତ ସାଆଁନ୍ତ
ସାଲବେଗ ଭକ୍ତ ଡାକ
ସାତଶ' କୋଶରୁ ପୁରୀ ଦାଣ୍ଡେ ଶୁଣି
ଡାକିଛି ଆସ ମୋ ମିତ
ବନ୍ଧୁ ବନ୍ଧୁ ବୋଲି ସରାଗେ କହିବା
ଜାଇଫୁଲ ଲୋ ..........
ମୟୂର ଚନ୍ଦ୍ରିକା ବାଙ୍କ ଚୂଳେ ଖୋସି
ବନ୍ଧୁ ଭାବରେ ନାଚିବା
ଜାଇଫୁଲ ଲୋ ..........
ଜଗବନ୍ଧୁ ପରି ବନ୍ଧୁ ନାହିଁ ଏ ସଂସାରେ
ଜାଇଫୁଲ ଲୋ ..........।୩।
*************************************
ଭଜରାମସେଠୀ, ନିରାଳ ,ଗଂଜାମ
୯୫୬୬୮୭୬୫୦୪
ରଚନା : ଭଜରାମ ସେଠୀ
ଠିକଣା : ନିରାଳ ଗଂଜାମ ଓଡ଼ିଶା ଦୂରଭାଷ : 9566876504
Sent via Google Forms Email