************************************
କିଏ ସେ ଆଙ୍କଛି ଗୋ ଅଲିଭା ଦାଗ
ସଜନୀ ଅଲିଭା ଦାଗ ?
ଯମୁନା ଜଳରେ ଯେତେ ଧୋଇଲେ ବି
ନ ଛାଡେ ସଖୀ ସେ ରଙ୍ଗ ,
କିଏ ସେ ଆଙ୍କଛି ଗୋ ଅଲିଭା ଦାଗ......
ସଜନୀ ........................(ଘୋଷା)।୧।
ତନୁ ବକ୍ଷେ ଭାନୁ ଉଦିତ ନୁହଁଇ
କିରଣ ତା' ପୁଣ୍ୟ ଯୋଗ ,
ତପ୍ତ ପିଣ୍ଡ ସିଏ ତପି କୋଳେ ଥାଏ
ବରଣ ତା' ମୁକ୍ତି ଦିଗ,
ପାଷାଣ କଷଣ ଫେଡ ରାଧାରାଣ
ଗୋପ ଦାଣ୍ଡେ ଆଜି ନାହିଁ ସରାଗ,
କିଏ ସେ ଆଙ୍କଛି ଗୋ ଅଲିଭା ଦାଗ .....
ସଜନୀ ..............................।୨।
କଦମ୍ବ ମୂଳରେ ନ ଥାଇ ରସିଆ
ରାଧାକୁ ଅମ୍ବୃତ ଭୋଗ,
ରାଧା କାନ୍ଦୁ ଥିଲେ ମନ ଭାଙ୍ଗେ ନଟ
ନାଟୁଆ ସେ ମହାଭାଗ
ରାଧେ ପାଦେ ନାଲି ଅଳତା ବୋଳିଲେ
ଶୂନ୍ୟେ ଶୂନ୍ୟ ବ୍ରହ୍ମ ଅରୂପ ସ୍ବର୍ଗ
କିଏ ସେ ଆଙ୍କଛି ଗୋ ଅଲିଭା ଦାଗ .......
ସଜନୀ .............।୩।
ରାଧା ରାଣୀ ବାଇ ହେଉ କାହିଁ ପାଇଁ
କୃଷ୍ଣ ତୋର ପ୍ରୀତି ରାଗ,
ମଥୁରା ହେଉ କି ହେଉ ନୀଳାଞ୍ଚଳ
ଯହିଁ ଥିଲେ ହୃଦେ ଭାଗ,
ଭଜରାମ କହେ ଚିନ୍ତା ଛାଡ଼ି ରାଈ
କୃଷ୍ଣ ଲୀଳା ଖେଳା କର ଗୋ ଭୋଗ
ରସ ରସିଆ'ର ସେ ଅଲିଭା ଦାଗ .....
ସଜନୀ .......।୪।
**********************************
ଭଜରାମ ସେଠୀ,ଆସିକା, ନିରାଳ, ଗଂଜାମ
9566876504
ରଚନା : ଭଜରାମ ସେଠୀ
ଠିକଣା : ନିରାଳ ଦୂରଭାଷ : 9566876504
Sent via Google Forms Email