ତୋ ମୁହଁ ଆଗରେ ଫିକା ପଡ଼ିଯାଏ
କୁଆଁର ପୁନେଇଁ ଜହ୍ନ
ମନ ଦେଇ ମନ କିଣି ନେଇଥିଲୁ
ଦେଖା ହେଲୁ ଯୋଉଦିନ ।

ତାଳୁଠୁ ତଳିପା ଥରି ଉଠିଥିଲା
ଶୁଣି ତୋର ପଦେ କଥା
ସେଇ ଶିହରଣ ଦୂର କରିଥିଲା
ହୃଦୟର ସବୁ ବ୍ୟଥା ।

ଏ ଛାତି ଭିତରେ ଲଗେଇ ଦେଲୁତୁ
ପ୍ରେମର ଅଲିଭା ଚିହ୍ନ
ତୋ ମୁହଁ ଆଗରେ ଫିକା ପଡ଼ିଯାଏ
କୁଆଁର ପୁନେଇଁ ଜହ୍ନ ।

ନିରାଶା ମନରେ ଝରେଇ ଦେଲୁତୁ
ପ୍ରୀତିର ବୈତରଣୀ
ଝଙ୍କୃତ ହେଲା ମିଳନର ସ୍ୱର
ମନେ ମନେ ହେଲି ଗୁଣି ।

ମିଠାଲାଗେତୋର ପ୍ରୀତିବୋଳାଗୀତ
ଯେତେ ରାଗ ଅଭିମାନ
ତୋ ମୁହଁ ଆଗରେ ଫିକା ପଡ଼ିଯାଏ
କୁଆଁର ପୁନେଇଁ ଜହ୍ନ ।



ରଚନା : ସିଦ୍ଧେଶ୍ବର ତ୍ରିପାଠୀ

ଠିକଣା : କୁଣ୍ଡିଲୋ କେରଙ୍ଗ ଖୋର୍ଦ୍ଧା ଦୂରଭାଷ : 7008315040